୯ ଦିନ ପରେ ରାଜ୍ୟରେ କରୋନା ମୃତ୍ୟୁ

ଭୁବନେଶ୍ବର : ୯ଦିନର ବ୍ୟବଧାନ ପରେ ରାଜ୍ୟରେ ଜଣେ କରୋନାରେ ପ୍ରାଣ ହରାଇଛନ୍ତି। କଳାହାଣ୍ଡିର ୬୮ବର୍ଷର ଜଣେ ପୁରୁଷ କରୋନାର ଶିକାର ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ସଂଖ୍ୟା ୧୯୦୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ଟି ଜିଲ୍ଲାର ଆକ୍ରାନ୍ତ ରହିଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୫ହଜାର ୩୬୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ୧୧୨ଜଣ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩୨ହଜାର ୬୧୧କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୭୯୮ଜଣ ଚିକିତ୍ସାଧୀନ ରୋଗୀ ରହିଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ଏହା ହେଉଛି ୦.୨୩ ପ୍ରତିଶତ।

ସମ୍ବନ୍ଧିତ ଖବର