ରାଜ୍ୟରେ ୧୬ ଶହ ଟପିଲା କରୋନା ମୃତ୍ୟୁ

ଦିନକରେ ୭୫୭ ପଜିଟିଭ୍, ୧୬ ମୃତ

ଭୁବନେଶ୍ୱର : ରାଜ୍ୟରେ କ୍ରମାଗତ ଭାବେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୧୬ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୬୦୮କୁ ବୃଦ୍ଧି ପାଇଛି। ଏହାସହ ୫୩ ଅଣକରୋନା ମୃତ୍ୟୁକୁ ମିଶାଇଲେ ଏହି ସଂଖ୍ୟା ୧୬୬୧ରେ ପହଞ୍ଚିଛି। ରାଜ୍ୟରେ କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୦.୫୩ ପ୍ରତିଶତ ରହିଛି।

୧୬ ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪, କଟକ ୩, ଗଞ୍ଜାମ ଓ ସମ୍ବଲପୁରରୁ ୨ ଲେଖାଏଁ, ସୋନପୁର, ପୁରୀ, ଝାରସୁଗୁଡ଼ା, ଜଗତସିଂହପୁର ଓ ବରଗଡ଼ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ସର୍ବାଧିକ ୨୭୨, ଗଞ୍ଜାମ ୨୩୬, କଟକ ୧୨୯, ସୁନ୍ଦରଗଡ଼ ୧୧୪, ପୁରୀ ୯୨, ବାଲେଶ୍ବର ୮୦ ଓ ସମ୍ବଲପୁର ୬୫ଜଣ ପ୍ରାଣ ହରାଇ ସାରିଛନ୍ତି। କେବଳ ଦେବଗଡ଼ ଜିଲ୍ଲାରେ ହିଁ କରୋନା ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି।

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏକପ୍ରକାର ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୫୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୦ଟି ଜିଲ୍ଲାରେ ସଂକ୍ରମଣ ୧୦ ତଳେ ରହିଛି। ଦେବଗଡ଼, ଗଜପତି ଓ ସୋନପୁରରେ ୧ ଲେଖାଏଁ, କନ୍ଧମାଳ ଓ ରାୟଗଡ଼ାରେ ୪ ଲେଖାଏଁ, ନୟାଗଡ଼ ୬, କୋରାପୁଟ ଓ ମାଲକାନଗିରିରେ ୮ ଲେଖାଏଁ, ପୁରୀ, ଢେଙ୍କାନାଳରେ ୯ ଲେଖାଏଁ, ନବରଙ୍ଗପୁର ୧୦, ଅନୁଗୁଳ ୭୫, ବାଲେଶ୍ବର ୩୪, ବରଗଡ଼ ୧୨, ଭଦ୍ରକ ୧୯, ବଲାଙ୍ଗୀର ୩୫, କଟକ ୬୭, ଗଞ୍ଜାମ ୧୩, ଜଗତସିଂହପୁର ୪୨, ଯାଜପୁର ୨୭, ଝାରସୁଗୁଡ଼ା ୨୫, କଳାହାଣ୍ଡି ୩୭, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୬, ଖୋର୍ଧା ୭୦, ମୟୂରଭଞ୍ଜ ୪୩, ନୂଆପଡ଼ା ୪୧, ସମ୍ବଲପୁର ୩୫, ସୁନ୍ଦରଗଡ଼ ୫୨ ଓ ଷ୍ଟେଟ୍‌ ପୁଲ୍‌ରେ ୧୪ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୧୨ହଜାର ୫୪୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ୧୧୦୧ କରୋନା‌ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୩ହଜାର ୮୯୭କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୧୦୨ଜଣ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ୯୬, କଟକ ୮୯, ମୟୂରଭଞ୍ଜ ୬୮, ବଲାଙ୍ଗୀର ୬୨, ବରଗଡ଼ ଓ ପୁରୀରୁ ୬୦ ଲେଖାଏଁ, କଳାହାଣ୍ଡି ୫୮, ଜଗତସିଂହପୁର ୫୫, ଅନୁଗୁଳ ୫୪, କେନ୍ଦ୍ରାପଡ଼ା ୪୭, ନୂଆପଡ଼ା ୪୪, କେନ୍ଦୁଝର ୪୨, ସମ୍ବଲପୁର ୩୭, ଭଦ୍ରକ ୨୮, ଯାଜପୁର ୨୬, ‌ଢେଙ୍କାନାଳ ୨୩, ବାଲେଶ୍ବର ୨୨, ନୟାଗଡ଼ ୧୪, ଗଞ୍ଜାମ ୧୩, କନ୍ଧମାଳ ଓ ନବରଙ୍ଗପୁରରୁ ୧୧ ଲେଖାଏଁ, କୋରାପୁଟ ୧୦, ବୌଦ୍ଧ ୭, ଗଜପତି ଓ ମାଲକାନଗିରିରୁ ୬ ଲେଖାଏଁ, ଦେବଗଡ଼ ଓ ରାୟଗଡ଼ାରୁ ୪ ଲେଖାଏଁ ଓ ଷ୍ଟେଟ୍‌ ପୁଲ୍‌ରୁ ୧୮ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୯୮୭କୁ ଖସି ଆସିଛି।

ସମ୍ବନ୍ଧିତ ଖବର