ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତ୍ୟୁ ବଢ଼ୁଛି

ମୋଟ୍‌ ମୃତ୍ୟୁର ୧୬.୪୩% ଖୋର୍ଦ୍ଧା ଜିଲ୍ଲାରେ
ଖୋର୍ଦ୍ଧାରେ ସବୁଠୁ ଅଧିକ, ଦେବଗଡ଼ରେ ସବୁଠୁ କମ୍‌
୨୨୮୨ ଆକ୍ରାନ୍ତ, ୬୫ ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କିନ୍ତୁ ପୂର୍ବରୁ ହୋଇଥିବା କରୋନା ମୃତ୍ୟୁ ସଂପର୍କରେ ଏବେ ଘୋଷଣା କରାଯାଉଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ସର୍ବାଧିକ ୬୫ଜଣଙ୍କର ମୃତ୍ୟୁ ଦର୍ଶାଯାଇଥିବା ବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା‌ ୪୫୯୯ରେ ପହଞ୍ଚିଛି। ଗତ କିଛି ଦିନ ହେଲା ରାଜ୍ୟ ସରକାର ୫୦ରୁ ଅଧିକ ଦୈନିକ ମୃତ୍ୟୁ ଦେଖାଉଥିବାରୁ ଏହା ସାରା ଦେଶରେ ମୋଟ୍‌ ମୃତ୍ୟୁର ୧.୩୩%ରେ ପହଞ୍ଚିଛି।

Anadolu Agency

ରାଜ୍ୟରେ ରବିବାର ସୁଦ୍ଧା ୪୫୯୯ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ଦର୍ଶାଇଥିବା ବେଳେ ଏଥିରୁ ସର୍ବାଧିକ ମୃତ୍ୟୁ ଖୋର୍ଦ୍ଧା ଜିଲ୍ଲାରେ ହୋଇଛି। ମୋଟ୍‌ ମୃତ୍ୟୁର ୧୬.୪୩% ଅର୍ଥା‌ତ୍ ୭୫୬ଜଣଙ୍କର କେବଳ ଖୋର୍ଦ୍ଧାର ଜିଲ୍ଲାରେ ହୋଇଥିବା କୁହାଯାଇଛି। ୧୫ଜିଲ୍ଲାରେ ୧୦୦ରୁ ଅଧିକ ଲୋକଙ୍କର ବର୍ତ୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ହୋଇଥିବା କୁହାଯାଇଛି। ଏଥିରେ ପୁରୀରେ ୨୭୯ଜଣ, ଗଞ୍ଜାମରେ ୩୭୯ଜଣ, ନୟାଗଡ଼ରେ ୧୨୮, କଟକରେ ୩୦୮, କେନ୍ଦ୍ରାପଡ଼ାରେ ୧୦୦, ରାୟଗଡ଼ାରେ ୧୫୦, କଳାହାଣ୍ଡିରେ ୧୮୮, ବରଗଡ଼ରେ ୧୯୧, ଅନୁଗୁଳରେ ୧୯୨, ସମ୍ବଲପୁରରେ ୧୪୧, ଝାରସୁଗୁଡ଼ାରେ ୧୩୨, ସୁନ୍ଦରଗଡ଼ରେ ୩୯୮, ମୟୂରଭଞ୍ଜରେ ୧୫୫, ବାଲେଶ୍ବରରେ ୧୩୫ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

କିନ୍ତୁ ଏବେବି ୪ଟି ଜିଲ୍ଲାରେ ମୋଟ୍‌ ମୃତକଙ୍କ ସଂଖ୍ୟା ୫୦ ଟପିନି। ଦେବଗଡ଼ରେ ୩୫ଜଣ, ମାଲକାନାଗିରିରେ ୪୦, ନବରଙ୍ଗପୁରରେ ୪୯, ସୋନପୁରରେ ୪୫ଜଣଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ହୋଇଛି।ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଯେଉଁ ମୃତ୍ୟୁ ଦର୍ଶାଯାଉଛି ତାହା ପୂର୍ବରୁ ହୋଇଥିବା କରୋନା ଜନିତ ମୃତ୍ୟୁର ଅଡିଟ୍ ରିପୋର୍ଟ। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ଏବେ କରୋନା ମୃତ୍ୟୁ ବହୁତ କମ୍‌ ହେଉଛି। ତେଣୁ ଲୋକ ଭୟଭୀତ ହୁଅନ୍ତୁ ନାହିଁ।

cntraveller.in

ରବିବାର ରାଜ୍ୟରେ ୨୨୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୨୪ଜଣ ସୁସ୍ଥ ହୋଇଛନ୍ତି। ରବିବାର ଖୋର୍ଦ୍ଧାରୁ ସର୍ବାଧିକ ୫୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୬୧, ବାଲେଶ୍ବରରୁ ୧୪୬, ବରଗଡ଼ରୁ ୧୭, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୯, ବୌଦ୍ଧରୁ ୧୦, କଟକରୁ ୨୮୯, ଦେବଗଡ଼ରୁ ୬, ଢେଙ୍କାନାଳରୁ ୫୫, ଗଜପତିରୁ ୮, ଗଞ୍ଜାମରୁ ୧୭, ଜଗତସିଂହପୁରୁ ୭୩, ଯାଜପୁରରୁ ୧୧୧, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୬୨, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୨, ନୂଆପଡ଼ାରୁ ୨, ପୁରୀରୁ ୧୨୭, ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୬୭, ଷ୍ଟେଟ୍‌ପୁଲ୍‌ରୁ ୧୭୧ଜଣ ଅଛନ୍ତି। ଆଜି ରାଜ୍ୟରେ ଟିପିଆର୍‌ ୨.୯୧% ରହିଛି। କିନ୍ତୁ ନୟାଗଡ଼ରେ ଟିପିଆର୍‌ ୫.୮୨%, ମୟୂରଭଞ୍ଜରେ ୫.୪୨% ରହିଛି। ଯାହା ଏବେ ବି ଚିନ୍ତାଜନକ।

ସମ୍ବନ୍ଧିତ ଖବର