ବରଗଡ଼ ଜିଲ୍ଲାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ମାସକରେ ଦୁଇଗୁଣା ମଲେଣି

ବରଗଡ଼ : ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି। କିଛି ବ୍ଲକ୍‌ରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଶୂନ୍‌ ରହୁଛି। ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇବା ସହିତ ଆରୋଗ୍ୟ ସଂଖ୍ୟା ବଢ଼ିଛି। ଯାହା ଆଶ୍ବସ୍ତ କରିଛି। ହେଲେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗର କାରଣ ପାଲଟିଛି। ସ୍ଥିତି ଏଭଳି ଯେ ଗତବର୍ଷ ‌ଏବଂ ଚଳିତ ବର୍ଷର ମେ’ ଯାଏ ଯେତେ କରୋନା ମୃତ୍ୟୁ ଘଟିଥିଲା, ତାହାର ଦୁଇଗୁଣା ମୃତ୍ୟୁ ଗତ ଗୋଟିଏ ମାସରେ ଘଟିଛି। ସରକାରୀ ପରିସଂଖ୍ୟାନ ମୁତାବକ ଗତ ମେ’ ୨୪ ତାରିଖ ଯାଏ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪୮ ଥିଲା। ଯାହା ଜୁନ୍‌ ୨୪ ତାରିଖ ବେଳକୁ ୧୧୦ରେ ପହଂଚିଛି। ବୁଧବାର ଏବଂ ଗୁରୁବାର ଜିଲ୍ଲାରେ ୫ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଜିଲ୍ଲାରେ ମୋଟ୍‌ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯୯୭୮ରେ ପହଂଚିଛି।

ଅତାବିରା ବ୍ଲକ୍‌ ଭାଲୁପାଲି, ଆନ୍ଧ୍ରପାଲି, କାଦୋବାହାଲ ଏବଂ ଗୁର୍ଖାପାଲିରୁ ଜଣେ ଲେଖାଏଁ, ବରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର- ୫ଟି ୧୬ରୁ ୨ଜଣ ଲେଖାଏଁ, ୱାର୍ଡ ନମ୍ବର-୧୨, ୧୮,୪,୮,୬ ଓ ୪ରୁ ଜଣେ ଲେଖାଏଁ, ବରପାଲି ବ୍ଲକ୍‌ ଏନ୍‌ଏସିରୁ ୬ଜଣ, ବାଗବାଡ଼ି, ଓ ସରଧାପାଲିରୁ ଜଣେ ଲେଖାଏଁ,ଭଟଲି ବ୍ଲକ୍‌ ବରତୁଣ୍ଡାରୁ ଜଣେ ଓ ମୁଲବାରରୁ ୨ଜଣ, ଭେଡ଼େନ ବ୍ଲକ୍‌ ହିରୋମୁଣ୍ଡାରୁ ୩ଜଣ, ବରଗାଁ, ବରପଦର, ଖଲିଆପାଲି, ରେମଣ୍ଡା ଓ ଧୁବେନପାଲିରୁ ଜଣେ ଲେଖାଏଁ, ବିଜେପୁର, ଗାଇସିଲାଟ୍‌ ବ୍ଲକ୍‌ ବ୍ରାହ୍ମଣମାଲ, ଝାରବନ୍ଧ ବ୍ଲକ୍‌ ନଲିପାଣି, ସୋହେଲା ବ୍ଲକ୍‌ କାଶିପାଲିରୁ ଜଣେ ଲେଖାଏଁ, ପଦ୍ମପୁର ବ୍ଲକ୍‌ ଖଇରପାଲି ଓ ପାଇକମାଳରୁ ୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର