କେନ୍ଦୁଝର: କରୋନା ନେଲା ୩ ଜୀବନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୩ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ସଦର ବ୍ଲକ୍‌ର ଜଣେ ୫୫ ବର୍ଷୀୟ ବ୍ୟକ୍ତି, ଆନନ୍ଦପୁର ବ୍ଲକ୍‌ର ଜଣେ ୬୩ ବର୍ଷୀୟ ବୃଦ୍ଧ ଓ ହରିଚନ୍ଦନପୁର ବ୍ଲକ୍‌ର ଜଣେ ୬୨ ବର୍ଷୀୟ ବୃଦ୍ଧ ଅଛନ୍ତି। ଏହାକୁ ମିଶାଇ କେନ୍ଦୁଝର ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୬୧ରେ ପହଞ୍ଚିଛି।

ସେହିପରି ଆଜି ଆଉ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୭୭୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୦ ହଜାର ୫୧୭ଜଣ ସୁସ୍ଥ ହୋଇଥିବାବେଳେ ୯୭ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ୨୪ ଘଣ୍ଟ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୯୮୪ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଆନନ୍ଦପୁର ପୌରାଞ୍ଚଳ, ହାଟଡିହି ବ୍ଲକ୍‌, ଝୁମ୍ପୁରା ବ୍ଲକ୍‌, କେନ୍ଦୁଝର ସଦର ବ୍ଲକ୍‌ ଓ ସାହାରପଡ଼ା ବ୍ଲକ୍‌ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର