କେନ୍ଦୁଝର: କରୋନା ନେଲା ପୁଣି ୬ ଜୀବନ

କେନ୍ଦୁଝର : କରୋନାରେ ଆଜି କେନ୍ଦୁଝର ଜିଲ୍ଲାର ୬ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ସୂଚନା ଦେଇଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ପୌରାଞ୍ଚଳର ଜଣେ ୫୯ ବର୍ଷିୟ ବ୍ୟକ୍ତି, କେନ୍ଦୁଝର ସଦର ବ୍ଲକ୍‌ଳର ୬୦ ବର୍ଷିୟ ବୃଦ୍ଧା, ଝୁମ୍ପୁରା ବ୍ଲକ୍‌ର ୬୫ ବର୍ଷିୟ ବୃଦ୍ଧ, ଘସିପୁରା ବ୍ଲକ୍‌ର ୨୩ ବର୍ଷିୟ ଯୁବକ, ତେଲକୋଇ ବ୍ଲକ୍‌ର ୬୦ ବର୍ଷିୟ ବୃଦ୍ଧ ଏବଂ ପାଟଣା ବ୍ଲକ୍‌ର ୪୦ ବର୍ଷିୟ ଯୁବକ ଅଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଛି।

ସେହିପରି ଆଜି ଜିଲ୍ଲାରୁ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କେନ୍ଦୁଝର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ୭ ଶହରେ ପହଞ୍ଚିଛି। ସେଥିମଧ୍ୟରୁ ୧୯ ହଜାର ୧୧୮ଜଣ ସୁସ୍ଥ ହୋଇଥିବାବେଳେ ୪୯୪ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି। ୨୪ ଘଣ୍ଟାରେ ୧୮୭୯ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ସେଥିରୁ ଏହି ୫୧ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଆନନ୍ଦପୁର ବ୍ଲକ୍‌ରୁ ଦୁଇଜଣ, ଆନନ୍ଦପୁର ପୌରାଞ୍ଚଳରୁ ୯ ଜଣ, ଘସିପୁରା ବ୍ଲକ୍‌ରୁ ୪ଜଣ, ଘଟଗାଁ ବ୍ଲକ୍‌ରୁ ଜଣେ, ହାଟଡିହି ବ୍ଲକ୍‌ରୁ ୨୨ଜଣ, ଯୋଡ଼ା ବ୍ଲକ୍‌ରୁ ୪ଜଣ, ଯୋଡ଼ା ପୌରାଞ୍ଚଳରୁ ଦୁଇଜଣ, କେନ୍ଦୁଝର ପୌରାଞ୍ଚଳରୁ ଜଣେ, କେନ୍ଦୁଝର ସଦର ବ୍ଲକ୍‌ରୁ ୩ଜଣ, ସାହାରପଡ଼ା ବ୍ଲକ୍‌ରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବାବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। କଟକଣା ମାନି ଘରେ ରହିବାକୁ ପ୍ରଶାସନ ପକ୍ଷରୁ ‌ଜନସାଧାରଣଙ୍କୁ ଅପିଲ କରାଯାଇଛି।

ସମ୍ବନ୍ଧିତ ଖବର