ଖୋର୍ଧାରେ କରୋନା ମୃତ୍ୟୁ ୨୫୦ ଟପିଲା

ଦିନକରେ ୧୨୧୯ ପଜିଟିଭ୍, ୧୬ ମୃତ

ଭୁବନେଶ୍ୱର : ଖୋର୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୫୦ ଟପିଯାଇଛି। ଆଜି ଜିଲ୍ଲାରେ ୩ଜଣ କରୋନାରେ ପ୍ରାଣ ହରାଇବା ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨୫୧କୁ ବୃଦ୍ଧି ପାଇଛି। ଯାହାକି ରାଜ୍ୟର ସମୁଦାୟ କରୋନା ମୃତ୍ୟୁର ସାଢ଼େ ୧୭ ପ୍ରତିଶତ। ଖୋର୍ଧା କେସ୍ ଫାଟାଲିଟି ରେଟ୍ (ସିଏଫ୍‌ଆର) ୦.୫୦ ପ୍ରତିଶତ ରହିଛି। ଏଥିରେ ସିଂହଭାଗ ମୃତ୍ୟୁ ଭୁବନେଶ୍ବରରୁ ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି। ଏହାସ‌ତ୍ବେ କରୋନା ମୃତ୍ୟୁ ପୂର୍ବଭଳି ଜାରି ରହିଛି। କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରାଯାଇଥିଲେ ହେଁ, ମୃତ୍ୟୁ ଥମୁନାହିଁ। ମୃତ୍ୟୁ ଜାରି ରହିବା ପଛରେ ବିଳମ୍ବରେ ଚିହ୍ନଟକୁ ବିଶେଷଜ୍ଞମାନେ ଦାୟୀ କରୁଛନ୍ତି। ଆଜି ରାଜ୍ୟରେ ୧୬ଜଣ କରୋନାରେ ପ୍ରାଣ ହରା‌ଇଛନ୍ତି। ଖୋର୍ଧାକୁ ବାଦ୍ ଦେଲେ କେନ୍ଦୁଝର ୩, ସମ୍ବଲପୁର ୨, ସୁନ୍ଦରଗଡ଼, ନୟାଗଡ଼, ମୟୂରଭଞ୍ଜ, ଯାଜପୁର, କଟକ, ବୌଦ୍ଧ, ବରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୪୧ରେ ପହଞ୍ଚିଛି। ୫୩ ଅଣ କରୋନା ମୃତ୍ୟୁକୁ ସାମିଲ୍ କଲେ ଏହି ସଂଖ୍ୟା ୧୪୯୧କୁ ବୃଦ୍ଧି ପାଇବ।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୫,୧୬୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୨୧୯ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପଟରେ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଶହେ ତଳକୁ ଖସି ଆସିଛି। ୯୨ରୋଗୀଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୯,୯୭୯କୁ ବୃଦ୍ଧି ପାଇଛି। ଅପରପକ୍ଷରେ ବାଲେଶ୍ବର ଓ ସୁନ୍ଦରଗଡ଼ରେ ୧୦୭ ଲେଖାଏଁ, କଟକରେ ୧୦୬ ରୋଗୀ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୭୮, ବରଗଡ଼ ୩୯, ଭଦ୍ରକ ୨୨, ବଲାଙ୍ଗୀର ୪୬, ବୌଦ୍ଧ ୫, ଦେବଗଡ଼ ୯, ଢେଙ୍କାନାଳ ୩୦, ଗଜପତି ୯, ଗଞ୍ଜାମ ୧୫, ଜଗତସିଂହପୁର ୫୩, ଯାଜପୁର ୩୨, ଝାରସୁଗୁଡ଼ା ୩୬, କଳାହାଣ୍ଡି ୩୮, କନ୍ଧମାଳ ୧୦, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୪୦, କୋରାପୁଟ ୨୮, ମାଲକାନଗିରି ୫, ମୟୂରଭଞ୍ଜ ୮୩, ନବରଙ୍ଗପୁର ୧୩, ନୟାଗଡ଼ ୨୩, ନୂଆପଡ଼ା ୩୧, ପୁରୀ ୩୪, ରାୟଗଡ଼ା ୭, ସମ୍ବଲପୁର ୩୨, ସୋନପୁର ୨୦ ଓ ଷ୍ଟେଟ୍‌ ପୁଲ ୧୯ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତ ସଂଖ୍ୟା ୩ଲକ୍ଷ ୨ହଜାର ୭୯୩କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୧୫୨୧ କ‌ରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୮୯ହଜାର ୬୮୯କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୬୧୦କୁ ଖସି ଆସିଛି। ଆଜି ଖୋର୍ଧାରୁ ସର୍ବାଧିକ ୧୫୧ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୪୫କୁ ଖସି ଆସିଛି। ଏହାବାଦ୍ ସୁନ୍ଦରଗଡ଼ ୧୨୪, କଟକ ୧୧୪, ଅନୁଗୁଳ ୧୦୮, ମୟୂରଭଞ୍ଜ ୯୫, ଜଗତସିଂହପୁର ୯୦, ନୂଆପଡ଼ା ୮୧, କେନ୍ଦ୍ରାପଡ଼ା ୭୨, ଢେଙ୍କାନାଳ ୬୮, ପୁରୀ ୬୩, ବରଗଡ଼ ୬୧, ବାଲେଶ୍ବର ୫୯, ବଲାଙ୍ଗୀର ୫୫, ନୟାଗଡ଼ ୪୯, ଯାଜପୁର ୩୮, କେନ୍ଦୁଝର ଓ ସମ୍ବଲପୁରରୁ ୩୩ ଲେଖାଏଁ, କଳାହାଣ୍ଡି ୩୧, ମାଲକାନଗିରି ୨୯, ସୋନପୁର ୨୩, ନବରଙ୍ଗପୁର ୨୦, କୋରାପୁଟ ୧୯, ଗଞ୍ଜାମ ୧୮, ଝାରସୁଗୁଡ଼ା ୧୭, ରାୟଗଡ଼ା ୧୩, କନ୍ଧମାଳ ୧୧, ଭଦ୍ରକ ୧୦, ଦେବଗଡ଼ ୪, ଗଜପତି ୩ ଓ ଷ୍ଟେଟ୍‌ ପୁଲରୁ ୨୯ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର