ବାରିପଦା : ଜିଲ୍ଲାରେ ବଢ଼ୁଛି କରୋନାଜନିତ ମୃତ୍ୟୁ ସଂଖ୍ୟା। ଆଜି ପୁଣି ଜଣେ ୩୭ ବର୍ଷ କରୋନା ଆକ୍ରାନ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଆଜିର ତଥ୍ୟକୁ ମିଶାଇ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଆଜି କପ୍ତିପଦା ବ୍ଲକ୍ରେ ଜଣେ ଯନ୍ତ୍ରୀଙ୍କର କରୋନାରେ ମୃତ୍ୟୁ ଘଟିଛି। ଆଜି ଜିଲ୍ଲାରୁ ନୂଆ ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ୨୮୯କୁ ବୃଦ୍ଧି ପାଇଛି । ସେହିପରି ଆଜି ୧୨୯ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ନେଇ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୮ହଜାର ୭୧ରେ ପହଞ୍ଚିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧ ହଜାର ୧୮୫ରହିଛି।
ମୟୂରଭଞ୍ଜ ଜିଲ୍ଲାରେ ଥମୁନି କରୋନାଜନିତ ମୃତ୍ୟୁ ସଂଖ୍ୟା, ପୁଣି ଜଣଙ୍କ ମୃତ୍ୟୁ
୮ ହଜାର ଟପିଲା ସୁସ୍ଥ ସଂଖ୍ୟା, ୧୨୭ ଆକ୍ରାନ୍ତ, ୧୨୯ ସୁସ୍ଥ
/sambad/media/post_attachments/wp-content/uploads/2020/07/dead-cc.jpg)