ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମୁନାହିଁ। ଗତ ଦୁଇ ଦିନ ଧରି ଏହି ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆଜି ପୁଣିଥରେ ଏହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏଥିରେ ସମ୍ବଲପୁର ଓ ଖୋର୍ଧାରୁ ସର୍ବାଧିକ ୩ ଲେଖାଏଁ, ବରଗଡ଼, ମୟୂରଭଞ୍ଜରୁ ୨ଲେଖାଏଁ, ବାଲେଶ୍ବର, ପୁରୀ, ବଲାଙ୍ଗୀର, ମାଲକାନଗିରି, କଟକରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୧,୦୯୮ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ୧୪୯୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୧୫୩ଜଣ ନୂତନ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪୯,୫୯୮କୁ ବୃଦ୍ଧି ପାଇଛି। ଏହାବାଦ୍ କଟକ ୧୧୨, ବାଲେଶ୍ବର ୧୦୨, ସୁନ୍ଦରଗଡ଼ ୯୬, ମୟୂରଭଞ୍ଜ ୯୩, ଅନୁଗୁଳ ୮୩, ବରଗଡ଼ ୫୪, ଭଦ୍ରକ ୧୯, ବଲାଙ୍ଗୀର ୭୯, ବୌଦ୍ଧ ୧୬, ଦେବଗଡ଼ ୫, ଢେଙ୍କାନାଳ ୨୮, ଗଜପତି ୬, ଗଞ୍ଜାମ ୨୬, ଜଗତ୍ସିଂହପୁର ୬୦, ଯାଜପୁର ୩୭, ଝାରସୁଗୁଡ଼ା ୩୮, କଳାହାଣ୍ଡି ୩୫, କନ୍ଧମାଳ ୧୨, କେନ୍ଦ୍ରାପଡ଼ା ୫୬, କେନ୍ଦୁଝର ୬୯, କୋରାପୁଟ ୨୧, ମାଲକାନଗିରି, ୧୮, ନବରଙ୍ଗପୁର ୩୨, ନୟାଗଡ଼ ୩୪, ନୂଆପଡ଼ା ୫୫, ପୁରୀ ୬୩, ରାୟଗଡ଼ା ୧୧, ସମ୍ବଲପୁର ୩୯, ସୋନପୁର ୧୨, ଷ୍ଟେଟ୍ ପୁଲରୁ ୩୦ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯୮ହଜାର ୭୬୩କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଜି ୧୬୪୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥ ରୋଗୀଙ୍କ ୨ଲକ୍ଷ ୮୫ହଜାର ୧୭୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨,୧୪୮କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୧୮୨ଜଣ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ୧୪୯, ଜଗତ୍ସିଂହପୁର ୧୨୨, କଟକ ୧୦୯, ଅନୁଗୁଳ ୮୪, ସୁନ୍ଦରଗଡ଼ ୮୩, ବଲାଙ୍ଗୀର ୭୮, ବାଲେଶ୍ବର ୭୬, କେନ୍ଦ୍ରାପଡ଼ା ୬୩, କେନ୍ଦୁଝର ୫୬, ମାଲକାନଗିରି ୫୪, କୋରାପୁଟ ୫୧, କଳାହାଣ୍ଡି ଓ ନୂଆପଡ଼ା ୪୮, ପୁରୀ ୪୭, ନବରଙ୍ଗପୁର ୪୨, ବରଗଡ଼ ୩୯, ନୟାଗଡ଼ ୩୩, ଢେଙ୍କାନାଳ, ଗଞ୍ଜାମ ଓ ଝାରସୁଗୁଡ଼ାରୁ ୩୨ ଲେଖାଏଁ, ସମ୍ବଲପୁର ୨୯, ଭଦ୍ରକ ୨୫, ଯାଜପୁର ୨୨, ସୋନପୁର ୧୮, ବୌଦ୍ଧ ୧୭, ଦେବଗଡ଼ ୧୩, କନ୍ଧମାଳ ୧୨, ରାୟଗଡ଼ା ୮, ଗଜପତି ୪ ଓ ଷ୍ଟେଟ୍ ପୁଲରୁ ୩୩ଜଣ ସୁ୍ସ୍ଥ ହୋଇଛନ୍ତି।