ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଲଗାତର ଖସିବାରେ ଲାଗିଛି। ଶୀତ ଆରମ୍ଭ ହୋଇଥିଲେ ଦୈନିକ ସଂକ୍ରମଣ ଖସିବା ରାଜ୍ୟବାସୀଙ୍କୁ କିଛିଟା ଆଶ୍ବସ୍ତ କରୁଛି। କିନ୍ତୁ କରୋନା ଜନିତ ମୃତ୍ୟୁରେ ଲଗାମ ଆସୁନି। ଗତ ତିନି ମାସ ଧରି ଦୈନିକ କରୋନା ମୃତ୍ୟୁ ଯାହା ଥିଲା, ଏବେ ତାହା ଜାରି ରହିଛି। ଆଜି ବି କରୋନା ୧୭ ମୁଣ୍ଡ ଗଡ଼ାଇଛି। କରୋନାର ଏପରି ମରଣାନ୍ତକ ରୂପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି।
ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ ଜଣେ ୧୨ ବର୍ଷର ଝିଅ ରହିଛି। ପୁଣି ୪୦ ବର୍ଷ ତଳକୁ ୩ ଜଣ ଯୁବକ, ଯୁବତୀ ଅଛନ୍ତି। ୧୭ ଜଣଙ୍କ ମଧ୍ୟରେ ଜଣେ ୧୦୨ ବର୍ଷର ମହିଳା ବି ଅଛନ୍ତି। କୌଣସି ବୟସର ଲୋକ କରୋନା କବଳରୁ ରକ୍ଷା ପାଇବା ସମ୍ଭବ ହେଉ ନାହିଁ।
ମୃତ୍ୟୁ ବରଣ କରିଥିବା ୧୭ ଜଣଙ୍କ ଭିତରୁ ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ ଅଛନ୍ତି। ସେହିପରି ବରଗଡ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ବୌଦ୍ଧ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି।ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୫୨୭ରେ ପହଞ୍ଚିଛି।
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୭୫୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାହା ମଧ୍ୟରୁ ୪୩୪ ଜଣ ସଙ୍ଗରୋଧରୁ ଓ ୩୧୯ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଗତ ୪ ମାସ ମଧ୍ୟରେ ଦୈନିକ ସଂକ୍ରମଣରେ ଏହା ସବୁଠାରୁ କମ୍। କୌଣସି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପି ନାହିଁ। ପୁଣି ୮ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ନୂଆପଡ଼ାରୁ ୬୫, ଅନୁଗୁଳ ଓ କଳାହାଣ୍ଡିରୁ ୪୭ ଲେଖାଏଁ, ବଲାଙ୍ଗୀର ଓ କଟକରୁ ୪୧ ଲେଖାଏଁ, ପୁରୀରୁ ୩୪, ବାଲେଶ୍ବରରୁ ୩୨, ବରଗଡ଼ରୁ ୩୧, ଜଗତସିଂପୁର ଓ ଝାରସୁଗୁଡ଼ାରୁ ୨୬ ଲେଖାଏଁ, କେନ୍ଦୁଝରରୁ ୨୭, କେନ୍ଦ୍ରାପଡ଼ାରୁ ୨୬, ମୟୂରଭଞ୍ଜରୁ ୨୫, ସମ୍ବଲପୁରରୁ ୨୦, ଭଦ୍ରକରୁ ୧୭, ବୌଦ୍ଧ ଓ କୋରାପୁଟରୁ ୧୨ ଲେଖାଏଁ, ଢେଙ୍କାନାଳ ଓ ଗଞ୍ଜାମରୁ ୧୧ ଲେଖାଏଁ, କନ୍ଧମାଳରୁ ୧୦, ସୋନପୁରରୁ ୭, ନୟାଗଡ଼ ଓ ଯାଜପୁରରୁ ୬ ଲେଖାଏଁ, ରାୟଗଡ଼ାରୁ ୫, ଗଜପତି ଓ ଦେବଗଡ଼ରୁ ୩ ଲେଖାଏଁ, ମାଲକାନାଗିରିରୁ ୨, ନବରଙ୍ଗପୁରରୁ ୧ ଓ ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୮,୬୫୯ରେ ପହଞ୍ଚିଛି।
ଆଜି ୧୩୪୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ୨୬୪, ସୁନ୍ଦରଗଡ଼ରୁ ୧୨୬, କଟକର ୧୧୦, ଅନୁଗୁଳରୁ ୬୫, ବଲାଙ୍ଗୀରରୁ ୬୫, ପୁରୀରୁ ୬୩, ଜଗତସିଂହପୁରରୁ ୫୪, ନୂଆପଡ଼ାରୁ ୫୨, ବରଗଡ଼ରୁ ୪୯, କେନ୍ଦୁଝରରୁ ୪୫, ସମ୍ବଲପୁରରୁ ୩୮, ମୟୂରଭଞ୍ଜରୁ ୩୫, ବାଲେଶ୍ବର, ଯାଜପୁର ଓ କଳାହାଣ୍ଡିରୁ ୩୪ ଲେଖାଏଁ, ନୟାଗଡ଼ରୁ ୩୧, ଭଦ୍ରକରୁ ୨୮, ଢେଙ୍କାନାଳ ଓ କୋରାପୁଟରୁ ୧୬ ଲେଖାଏଁ, ଝାରସୁଗୁଡ଼ା, ମାଲକାନଗିରି ଓ ନବରଙ୍ଗପୁରରୁ ୧୫ ଲେଖାଏଁ, ଗଞ୍ଜାମରୁ ୧୪, ସୋନପୁରରୁ ୧୧, କନ୍ଧମାଳରୁ ୯, ଗଜପତି ଓ ରାୟଗଡ଼ାରୁ ୬ ଲେଖାଏଁ, ଦେବଗଡ଼ରୁ ୪, ବୌଦ୍ଧରୁ ୩ ଏବଂ ଷ୍ଟେଟ୍ ପୁଲ୍ରୁ ୩୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨,୯୭,୮୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।