ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଲଗାତର ଭାବେ ଏକ ହଜାର ତଳେ ରହୁଛି। ତେବେ ମୃତ୍ୟୁ ସଂଖ୍ୟାରେ ଏବେ ବି ଲଗାମ ଆସୁନି। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ କରୋନା ସଂକ୍ରମଣ ସର୍ବାଧିକ ଥିଲା ବେଳେ ମୃତ୍ୟୁ ସଂଖ୍ୟା ଯେମିତି ଥିଲା ଏବେ ବି ତାହା ଜାରି ରହିଛି। ଲଗାତର ଭାବେ ଦୈନିକ ମୃତ୍ୟୁ ସଂଖ୍ୟା ୧୫ ଉପରେ ରହୁଛି। ମୃତ୍ୟୁ ସଂଖ୍ୟା କମୁ ନ ଥିବାରୁ ଏହା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ଆଜି କରୋନାରେ ୧୫ ଜଣଙ୍କ ମୁଣ୍ଡ ଗଡ଼ିଛି। ସୁନ୍ଦରଗଡ଼ରେ ସର୍ବାଧିକ ୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହା ବାଦ୍ କେନ୍ଦୁଝର ଓ ଭୁବନେଶ୍ବରରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଝାରସୁଗୁଡ଼ା, ଖୋର୍ଦ୍ଧା, ସମ୍ବଲପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ୬୩୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାହା ମଧ୍ୟରୁ ୩୭୩ ଜଣ ସଙ୍ଗରୋଧରୁ ଓ ୨୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ ଭୁବନେଶ୍ବରର ୪୩ ଜଣ ଅଛନ୍ତି। ଏହା ବାଦ୍ ମୟୂରଭଞ୍ଜରୁ ୬୫, ଜଗତସିଂହପୁରରୁ ୫୦, ସୁନ୍ଦରଗଡ଼ ୪୬, ଅନୁଗୁଳରୁ ୪୦, କଟକରୁ ୩୯, କେନ୍ଦ୍ରାପଡ଼ାରୁ ୩୩, କେନ୍ଦୁଝରରୁ ୩୧, ଯାଜପୁରରୁ ୨୯, ବରଗଡ଼ରୁ ୨୭, ସମ୍ବଲପୁର, ବଲାଙ୍ଗୀର ଓ ଝାରସୁଗୁଡ଼ାରୁ ୨୩ ଲେଖାଏ, ବାଲେଶ୍ବର ଓ କଳାହାଣ୍ଡିରୁ ୨୧ ଲେଖାଏ, ନବରଙ୍ଗପୁରରୁ ୧୩, ଢେଙ୍କାନାଳରୁ ୧୧, ପୁରୀ ଓ କୋରାପୁଟରୁ ୯ ଲେଖାଏ, ଗଞ୍ଜାମରୁ ୮, ଭଦ୍ରକରୁ ୭, ନୟାଗଡ଼ ଓ ଦେବଗଡ଼ରୁ ୫ ଲେଖାଏ, ନୂଆପଡ଼ା, ମାଲକାନଗିରି ଓ ବୌଦ୍ଧରୁ ୪ ଲେଖାଏ, କନ୍ଧମାଳରୁ ୩, ରାୟଗଡ଼ା ଓ ସୋନପୁରରୁ ଜଣେ ଲେଖାଏ ଏବଂ ଷ୍ଟେଟ୍ ପୁଲ୍ରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୦୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୯୨ ଜଣ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩,୦୫,୮୧୩ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/dead-covi.jpg)