ରାଜ୍ୟରେ ୧୮ ଦିନ ମଧ୍ୟରେ କରୋନାରେ ମଲେଣି ୧୯୦ ଜଣ

ଦିନକରେ ୪୧୮୦ ପଜିଟିଭ୍, ୧୩ ମୃତ, ଆଉ ୪୧୦୧ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ଜାରି ରହିଛି। ଚଳିତ ମାସ ଆରମ୍ଭରୁ ଆଜି ସୁଦ୍ଧା ୧୯୦ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ସେପ୍ଟେମ୍ବର ୧ ତାରିଖରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ଶହ ଟପିଥିଲା। ରାଜ୍ୟ ସରକାର କରୋନା ମୃତ୍ୟୁ ସଂଖ୍ୟା କମାଇବା ଲାଗି ଉଦ୍ୟମ ଜାରି ରଖିଥିଲେ ହେଁ ସଂଖ୍ୟା କମୁନାହିଁ। ଅପରପକ୍ଷ‌ରେ ଗତ ଦୁଇଦିନ ଧରି ରାଜ୍ୟରେ ୧୩ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ରାଜ୍ୟରେ ଏପର୍ଯ୍ୟନ୍ତ ୬୮୨ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି।

ଆଜି ଘୋଷିତ ୧୩ ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୩, କେନ୍ଦ୍ରାପଡ଼ା ଓ ପୁରୀରୁ ୨ଜଣ ଲେଖାଏଁ, ମୟୂରଭଞ୍ଜ, କନ୍ଧମାଳ, ଗଜପତି, କଟକ, ବଲାଙ୍ଗୀର ଓ ବରଗଡ଼ରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୨୧୫ରେ ସ୍ଥିର ରହିଛି। ତେବେ ଖୋର୍ଧାରେ ୧୦୩, କଟକ ୫୬, ସୁନ୍ଦରଗଡ଼ ୩୯, ପୁରୀ ଓ ରାୟଗଡ଼ାରେ ୩୪ ଲେଖାଏଁ, ଗଜପତି ୨୧, ସମ୍ବଲପୁର ୨୦, କନ୍ଧମାଳ ୧୮, ନୟାଗଡ଼ ୧୭, ବାଲେଶ୍ବର ୧୬, ବଲାଙ୍ଗୀର ୧୩ ଓ ଭଦ୍ରକରେ ୧୦ଜଣ ପ୍ରାଣ ହରାଇଛନ୍ତି। ନୂଆପଡ଼ା ଓ ଦେବଗଡ଼କୁ ବାଦ୍ ଦେଲେ ଅନ୍ୟ ୨୮ଜିଲ୍ଲାରେ କରୋନା ମୃତ୍ୟୁ ରେକର୍ଡ ହୋଇଛି।

ରାଜ୍ୟରେ କରୋନା ଗ୍ରାଫ୍ ଆଜି ମଧ୍ୟ ଉପରମୁହାଁ ରହିଛି। ଲଗାତାର ଭାବେ ରାଜ୍ୟରେ ଦିନକୁ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮୦ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୨୪୬୬ ସଙ୍ଗରୋଧରୁ ଓ ୧୭୧୪ ଲୋକାଲ କଣ୍ଟାକ୍ଟସ୍‌ ରହିଥିବା ଜଣାପଡ଼ିଛି। ଖୋର୍ଧା ଜିଲ୍ଲା ସଂକ୍ରମଣ ତାଲିକା‌ରେ ଆଗରେ ରହିଛି। ଏଠାରୁ ୬୮୮ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କିଛି ଦିନ ହେବ ଅନୁଗୁଳରେ ସଂକ୍ରମଣ ବଢ଼ୁଥିବା ନଜରକୁ ଆସିଛି। ଫଳରେ ଜିଲ୍ଲାରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏହାବାଦ୍ କଟକ ୪୯୨, ଯାଜପୁର ୧୮୪, ପୁରୀ ଓ ସୁନ୍ଦରଗଡ଼ରୁ ୧୬୬ ଲେଖାଏଁ, ମୟୂରଭଞ୍ଜ ୧୬୩, ରାୟଗଡ଼ା ୧୬୦, ଅନୁଗୁଳ ୧୫୫, ବାଲେଶ୍ବର ୧୩୩, ସମ୍ବଲପୁର ୧୨୭, ଜଗତ୍‌ସିଂହପୁର ୧୨୩, କେନ୍ଦ୍ରାପଡ଼ା ୧୨୧, ବରଗଡ଼ ୧୦୦, କୋରାପୁଟ ୯୯, ଝାରସୁଗୁଡ଼ା ୮୩, ଭଦ୍ରକ ୮୧, କନ୍ଧମାଳ ୭୭, ନବରଙ୍ଗପୁର, ବଲାଙ୍ଗୀରରୁ ୭୩ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡିରୁ ୬୭ ଲେଖାଏଁ, ସୋନପୁର ୬୨, ଗଞ୍ଜାମ ୫୮, ବୌଦ୍ଧ ୫୬, ନୟାଗଡ଼ ୫୪, ମାଲକାନଗିରି ୫୩, ଗଜପତି ୨୫, ଦେବଗଡ଼ରୁ ୧୦ଜଣ ଓ ଷ୍ଟେଟ୍‌ ପୁଲ୍ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୭ହଜାର ୩୪୧ରେ ପହଞ୍ଚିଛି।

ଖୋର୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୪୮୨ରେ ପହଞ୍ଚିଛି। ଗଞ୍ଜାମରେ ଯଦିଓ ସଂକ୍ରମଣ କମ୍ ରହିଛି, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୫୦୨ରେ ପହଞ୍ଚିଛି। କଟକ ୧୪,୯୯୪, ପୁରୀ ୭୫୮୭, ରାୟଗଡ଼ା ୬୬୦୭, ଯାଜପୁର ୬୫୦୨, ମୟୂରଭଞ୍ଜ ୬୩୨୯, ସୁନ୍ଦରଗଡ଼ ୬୧୭୦, ବାଲେଶ୍ବର ୫୮୮୪, କୋରାପୁଟ ୫୨୩୩ ଓ ବରଗଡ଼ରେ ୫୦୦୭ ଛୁଇଁଛି।

ଅପରପକ୍ଷେ ଆଜି ୪୧୦୧ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୩୭ହଜାର ୫୬୭ରେ ପହଞ୍ଚିଛି। ଏବେ ୩୩,୦୩୯ ରୋଗୀ ଚିକିତ୍ସିତ ହେଉଛନ୍ତି। ଖୋର୍ଧାରୁ ସର୍ବାଧିକ ୭୮୨ଜଣ ସୁସ୍ଥ ହୋଇଛନ୍ତି। ଏହାସହ କଟକ ୫୫୦, ପୁରୀ ୨୯୮, ବଲାଙ୍ଗୀର ୧୯୩, ଯାଜପୁର ୧୬୯, କେନ୍ଦ୍ରାପଡ଼ା ୧୩୨, ସୋନପୁର ୧୨୧, ଜଗତ୍‌ସିଂହପୁର ଓ ନବରଙ୍ଗପୁର ୧୧୫, ନୂଆପଡ଼ା ୧୧୨, କନ୍ଧମାଳ ୧୦୨, ଗଞ୍ଜାମ ୯୮, ବରଗଡ଼ ୯୪, ରାୟଗଡ଼ା ୮୯, ବାଲେଶ୍ବର ୮୦, ସମ୍ବଲପୁର ୭୮, ଭଦ୍ରକ ଓ କେନ୍ଦୁଝର ୭୭ ଲେଖାଏଁ, କୋରାପୁଟ ୭୫, କଳାହାଣ୍ଡି ୭୧, ଝାରସୁଗୁଡ଼ା ୫୯, ଢେଙ୍କାନାଳ ୫୨, ମୟୂରଭଞ୍ଜ ୪୯, ନୟାଗଡ଼ ୪୭, ବୌଦ୍ଧ ୩୮, ମାଲକାନଗିରି ୩୪, ଗଜପତି ୨୫, ସୁନ୍ଦରଗଡ଼ ୨୩, ଅନୁଗୁଳ ୧୬, ଦେବଗଡ଼ ୧୦ ଓ ଷ୍ଟେଟ୍‌ ପୁଲ ୩୨୦ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର