ରାଜ୍ୟରେ କରୋନା ମୃତ୍ୟୁ ୧୨୦୦ ଛୁଇଁବ

ଦିନକରେ ୧୯୧୩ ପଜିଟିଭ୍, ୧୫ ମୃତ୍ୟୁ, ଅଧିକାଂଶ ଜିଲ୍ଲାରେ ଚିହ୍ନଟ ହେଉଛନ୍ତି ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨ଶହ ନିକଟତର ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ପାଇଛି। ଦେଶର ୧୦ଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଭିତରେ ଓଡ଼ିଶାରେ ସବୁଠାରୁ କମ୍ କରୋନା ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ସତ୍ବେ ମୃତ୍ୟୁ ସଂଖ୍ୟା ହ୍ରାସ ନ ହେବା ଚିନ୍ତାର କାରଣ ପାଲଟିଛି।

୧୫ ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଓ ଅନୁଗୁଳରୁ ୩ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହାସହ ସୋନପୁର, ଭୁବନେଶ୍ବର, ଢେଙ୍କାନାଳରୁ ୨ଜଣ ଲେଖାଏଁ, ପୁରୀ, କଟକ ଓ ରାଉରକେଲାରୁ ଜଣେ ଲେଖାଏଁ କରୋନାର ଶିକାର ହୋଇଛନ୍ତି। ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୨୨୫ରେ ସ୍ଥିର ରହିଛି। ଖୋର୍ଧାରେ ୨୦୫, କଟକ ୧୦୫, ପୁରୀ ୭୯, ସୁନ୍ଦରଗଡ଼ ୫୬, ମୟୂରଭଞ୍ଜ ୫୧ ଓ ରାୟଗଡ଼ାରୁ ୪୦ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୦,୧୧୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୯୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୧୦୯ ସଙ୍ଗରୋଧରୁ ଓ ୮୦୪ଜଣ ଲୋକାଲ କଣ୍ଟାକ୍ଟସ୍ ଚିହ୍ନଟ ହୋଇଛନ୍ତି। ହାତଗଣତି ୨/୩ଟି ଜିଲ୍ଲାକୁ ବାଦ୍ ଦେଲେ ଅଧିକାଂଶ ଜିଲ୍ଲାରୁ ପ୍ରତ୍ୟେକ ଦିନ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଖୋର୍ଧାରୁ ସର୍ବାଧିକ ୨୫୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ରୋଗୀଙ୍କ ୪୬,୭୩୮କୁ ବୃଦ୍ଧି ପାଇଛି। କଟକ ୧୫୦, ଅନୁଗୁଳ ୧୦୬, ଜଗତସିଂହପୁର ଓ ସୁନ୍ଦରଗଡ଼ ୯୯ ଲେଖାଏଁ, ମୟୂରଭଞ୍ଜ ୯୨, କଳାହାଣ୍ଡି ୮୨, କେନ୍ଦୁଝର ୭୪, ବାଲେଶ୍ବର ୭୩, ଯାଜପୁର ୭୨, ବରଗଡ଼, ନୂଆପଡ଼ା ଓ ବାଲାଙ୍ଗୀରରେ ୬୩ ଲେଖାଏଁ, ପୁରୀ ୫୫, କୋରାପୁଟ ୫୪, କେନ୍ଦ୍ରାପଡ଼ା ୫୧, ସମ୍ବଲପୁର ଓ ଷ୍ଟେଟ୍‌ ପୁଲରୁ ୫୦ ଲେଖାଏଁ, କନ୍ଧମାଳ, ଝାରସୁଗୁଡ଼ା ଓ ଢେଙ୍କାନାଳ ୪୮ ଲେଖାଏଁ, ଭଦ୍ରକ ୪୬, ନବରଙ୍ଗପୁର ୪୧, ନୟାଗଡ଼ ୩୩, ଗଞ୍ଜାମ ୨୮, ସୋନପୁର ୨୦, ମାଲକାନଗିରି ୧୬, ରାୟଗଡ଼ା ୧୪, ବୌଦ୍ଧ ୧୨ ଓ ଗଜପତିରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୬ହଜାର ୯୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୨୧୨୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୫୭ହଜାର ୪୧କୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୭,୮୦୪କୁ ଖସି ଆସିଛି। ଆଜି ଖୋର୍ଧାରୁ ସର୍ବାଧିକ ୨୧୦ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ ୧୪୯, କଟକ ୧୪୦, ସୁନ୍ଦରଗଡ଼ ୧୧୪, ବାଲେଶ୍ବର ୧୦୪, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ୧୦୦ ଲେଖାଏଁ, ନୂଆପଡ଼ା ୯୯, ଯାଜପୁର ୮୬, ପୁରୀ ୮୦, କେନ୍ଦ୍ରାପଡ଼ା ୭୨, କଳାହାଣ୍ଡି ୬୮, ଜଗତସିଂହପୁର ୬୪, ମାଲକାନଗିରି ୬୩, ଝାରସୁଗୁଡ଼ା ୬୧, ବରଗଡ଼ ଓ ବଲାଙ୍ଗୀରରେ ୬୦ ଲେଖାଏଁ, ସମ୍ବଲପୁର ୫୭, ଭଦ୍ରକ ୫୧, କେନ୍ଦୁଝର ୪୯, ସୋନପୁର ୪୦, ନୟାଗଡ଼ ୩୯, ବୌଦ୍ଧ ଓ କୋରାପୁଟ ୩୧ ଲେଖାଏଁ, କନ୍ଧମାଳ ୩୦, ଢେଙ୍କାନାଳ ୨୪, ଦେବଗଡ଼ ୧୭, ଗଞ୍ଜାମ ୧୬, ରାୟଗଡ଼ା ୧୧, ଗଜପତି ୯ ଓ ଷ୍ଟେଟ୍‌ ପୁଲରୁ ୯୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର