ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ଜାରି ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୮ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୧୪କୁ ବୃଦ୍ଧି ପାଇଛି। ଗୋଟିଏ ପଟେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ମୃତ୍ୟୁସଂଖ୍ୟାରେ କୌଣସି ହ୍ରାସ ଦେଖିବାକୁ ମିଳିନାହିଁ। ରାଜ୍ୟରେ କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର ୦.୪୫ ପ୍ରତିଶତ ରହିଛି, ଯାହାକି ଦେଶର ଅନ୍ୟ ସର୍ବାଧିକ ସଂକ୍ରମିତ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। ୧୮ ମୃତକଙ୍କ ମଧ୍ୟରେ ଖୋର୍ଧା, ଅନୁଗୁଳ ଓ ମୟୂରଭଞ୍ଜରୁ ସର୍ବାଧିକ ୩ଜଣ ମୃତକ ରହିଛନ୍ତି। ଏହାବାଦ୍ ଗଜପତି ଓ ଯାଜପୁରରୁ ୨ଜଣ ଲେଖାଏଁ, ଢେଙ୍କାନାଳ, ଭଦ୍ରକ, ମାଲକାନାଗିରି, ପୁରୀ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଗଞ୍ଜାମ ୨୨୫, ଖୋର୍ଧା ୨୦୮, କଟକ ୧୦୫, ପୁରୀ ୮୦, ସୁନ୍ଦରଗଡ଼ ୫୬ ଓ ମୟୂରଭଞ୍ଜରେ ୫୩ଜଣ ପ୍ରାଣ ହରାଇ ସାରିଛନ୍ତି।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦,୭୩୩ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୭୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୪.୪ ପ୍ରତିଶତ ରହିଛି। ମାତ୍ର କ୍ରମାଗତ ଭାବେ ରାଜ୍ୟରେ ନମୁନା ସଂଖ୍ୟା ହ୍ରାସ ଦେଖିବାକୁ ମିଳିଛି। ତେଣୁ ରାଜ୍ୟରେ ସାମଗ୍ରିକ ଭାବେ ଟିପିଆର୍‌ ୬.୫୫ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୦୩୧ ସଙ୍ଗରୋଧରୁ ଓ ୭୬୨ଜଣ ଲୋକାଲ କଣ୍ଟାକ୍ଟ୍‌ସ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୦୮ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୬,୭୩୮କୁ ବୃଦ୍ଧି ପାଇଛି। ଏହାବାଦ୍ କଟକ ୧୬୦, ଅନୁଗୁଳ ୧୦୭, ମୟୂରଭଞ୍ଜ ୧୦୪, ସୁନ୍ଦରଗଡ଼ ୯୯, ନୂଆପଡ଼ା ୮୪, ପୁରୀ ୮୨, ଯାଜପୁର ଓ ବଲାଙ୍ଗୀରରୁ ୭୬ ଲେଖାଏଁ, ଭଦ୍ରକ ୬୮, ନବରଙ୍ଗପୁର ୬୫, କେନ୍ଦୁଝର ୬୩, ବରଗଡ଼ ୬୧, ଝାରସୁଗୁଡ଼ା ୫୩, ଜଗତସିଂହପୁର ୫୨, କଳାହାଣ୍ଡି ୪୫, ଷ୍ଟେଟ୍‌ ପୁଲ ୪୪, ସମ୍ବଲପୁର ଓ ବାଲେଶ୍ବର ୪୦ ଲେଖାଏଁ, କୋରାପୁଟ, ମାଲକାନଗିରି ଓ ନୟାଗଡ଼ରୁ ୩୪ ଲେଖାଏଁ, ଢେଙ୍କାନାଳ ୨୨, କନ୍ଧମାଳ ୨୦, ଗଞ୍ଜାମ ୧୬, ରାୟଗଡ଼ା ୧୪, ଗଜପତି ୧୧, ଦେବଗଡ଼ ଓ ସୋନପୁର ୮ ଲେଖାଏଁ, ବୌଦ୍ଧ ୪ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୭୭ହଜାର ୮୮୭କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୨୩୭୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୫୯ହଜାର ୪୧୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୭,୨୦୨କୁ ଖସି ଆସିଛି। ଆଜି ଖୋର୍ଧାରୁ ସର୍ବାଧିକ ୩୯୪ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ଅନୁଗୁଳ ୨୦୪, ବାଲେଶ୍ବର ୧୬୨, ମୟୂରଭଞ୍ଜ ୧୨୨, ସୁନ୍ଦରଗଡ଼ ୧୦୯, ଯାଜପୁର ୧୦୭, ବରଗଡ଼ ୮୮, ବଲାଙ୍ଗୀର ୮୭, ଝାରସୁଗୁଡ଼ା ୮୫, ଭଦ୍ରକ ୭୭, କଳାହାଣ୍ଡି ୭୨, ନୂଆପଡ଼ା ୬୫, କେନ୍ଦ୍ରାପଡ଼ା ଓ‌ ସୋନପୁର ୬୪ ଲେଖାଏଁ, ପୁରୀ ୫୯, ଜଗତ୍‌ସିଂହପୁର, କେନ୍ଦୁଝର ଓ ସମ୍ବଲପୁରରୁ ୫୦ ଲେଖାଏଁ, ଢେଙ୍କାନାଳ ୩୪, ବୌଦ୍ଧ ଓ କନ୍ଧମାଳ ୩୩ ଲେଖାଏଁ, ମାଲକାନଗିରି ୩୧, କୋରାପୁଟ ୨୮, ନୟାଗଡ଼ ୨୧, ନବରଙ୍ଗପୁର ୧୫, ଦେବଗଡ଼ ୧୦, ଗଜପତି ୬ ଓ ଷ୍ଟେଟ୍‌ ପୁଲରୁ ୬୮ଜଣ ସୁସ୍ଥ ହୋଇଛନ୍ତି।