୧୦ ଲକ୍ଷରେ ମରୁଛନ୍ତି ୨୮ କରୋନା ରୋଗୀ

ସେପ୍ଟେମ୍ବର ଶେଷ ଆଡ଼କୁ ଏହି ସଂଖ୍ୟା ଥିଲା ୧୭
ମୃତ୍ୟୁ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଧା
ଦିନକରେ ୧୩୮୯ ପଜିଟିଭ୍, ୯ ମୃତ

ଭୁବନେଶ୍ୱର : ଓଡ଼ିଶାର ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୨୮ଜଣଙ୍କର କରୋନାରେ ମୃତ୍ୟୁ ହେଉଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଯେତିକି ସଂଖ୍ୟକ ମୃତ୍ୟୁ ହୋଇଛି ତହିଁରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଜାତୀୟ ସ୍ତରରେ ଏହା ୮୮ ଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ଯଥେଷ୍ଟ କମ୍ ରହିଛି। ତେବେ ଗତ ସପ୍ଟେମ୍ବର ୨୬ରେ ଏହି ସଂଖ୍ୟା ୧୭ ରହିଥିଲା। ଗତ କିଛିଦିନ ଧରି ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଜାରି ରହିଥିବାରୁ ଏହି ସଂଖ୍ୟାରେ ବୃଦ୍ଧି ହୋଇଛି। ବିଶେଷକରି ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଥିଲା। ଓଡ଼ିଶା ପଛକୁ ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ନାଗାଲାଣ୍ଡ ଓ ବିହାର ଭଳି ରାଜ୍ୟ ରହିଛନ୍ତି।

ରାଜ୍ୟରେ ଆଜି ୯ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨୦ତାରିଖ ପରେ ରାଜ୍ୟରେ ଏତେ କମ୍ ସଂଖ୍ୟକ ମୃତ୍ୟୁ ସାମ୍ନାକୁ ଆସିଛି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୩ଜଣ ଥିବା ବେଳେ ସମ୍ବଲପୁର, ଭୁବନେଶ୍ବର, କନ୍ଧମାଳ, କଟକ, ପୁରୀ ଓ ସୋନପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୩୪୦କୁ ବୃଦ୍ଧି ପାଇଛି। କରୋନା ମୃତ୍ୟୁ ସଂଖ୍ୟାରେ ଗଞ୍ଜାମକୁ ଟପିଯାଇଛି ଖୋର୍ଧା ଜିଲ୍ଲା। ଗଞ୍ଜାମରେ ୨୩୦ଜଣ ପ୍ରାଣ ହରାଇଥିବା ବେଳେ ଖୋର୍ଧାରେ ୨୩୧ଜଣ ପ୍ରାଣ ହରାଇ ସାରିଲେଣି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ମୃତ୍ୟୁ ଭୁବନେଶ୍ବରରେ ହୋଇଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୬୮ଜଣ ପ୍ରାଣ ହରାଇ ସାରିଛନ୍ତି। ଏହାଛଡ଼ା କଟକ ୧୧୨, ପୁରୀ ୮୫, ସୁନ୍ଦରଗଡ଼ ୭୩, ବାଲେଶ୍ବରରେ ୬୮ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩,୩୩୨ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୩୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ସର୍ବାଧିକ ୧୪୨ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୮,୯୭୯କୁ ବୃଦ୍ଧି ପାଇଛି। ଏହାବାଦ୍ କଟକ ୧୦୧, ସୁନ୍ଦରଗଡ଼ ୧୦୦, ଅନୁଗୁଳ ୬୯, ବାଲେଶ୍ବର ୫୯, ବରଗଡ଼ ୭୧, ଭଦ୍ରକ ୫୨, ବଲାଙ୍ଗୀର ୭୦, ବୌଦ୍ଧ ୭, ଦେବଗଡ଼ ୯, ଢେଙ୍କାନାଳ ୨୦, ଗଜପତି ୪, ଗଞ୍ଜାମ ୧୧, ଜଗତସିଂହପୁର ୫୩, ଯାଜପୁର ୪୬, ଝାରସୁଗୁଡ଼ା ୩୫, କଳାହାଣ୍ଡି ୨୭, କନ୍ଧମାଳ ୧୮, କେନ୍ଦ୍ରାପଡ଼ା ୮୦, କେନ୍ଦୁଝର ୪୯, ‌କୋରାପୁଟ ୧୩, ମାଲକାନଗିରି ୨୫, ମୟୂରଭଞ୍ଜ ୫୫, ନବରଙ୍ଗପୁର ୨୪, ନୟାଗଡ଼ ୨୨, ନୂଆପଡ଼ା ୫୯, ପୁରୀ ୫୮, ରାୟଗଡ଼ା ୧୦, ସମ୍ବଲପୁର ୩୪, ସୋନପୁର ୩୫ ଓ ଷ୍ଟେଟ୍‌ ପୁଲ ୩୧ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୯୩ହଜାର ୨୧୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ଆଉ ୧୫୨୭ କୋଭିଡ୍‌ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୭୭ହଜାର ୯୦୯୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨,୭୩୦କୁ ଖସି ଆସିଛି। ବାଲେଶ୍ବର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୧୨୭ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଧା ୧୧୫, କଟକ ୧୦୭, ନୂଆପଡ଼ା ୧୦୪, ଜଗତସିଂହପୁର ୮୯, ଅନୁଗୁଳ ୭୦, ଯାଜପୁର ୬୦, ବରଗଡ଼ ୫୬, ପୁରୀ ୪୬, ମୟୂରଭଞ୍ଜ ୪୫, ଢେଙ୍କାନାଳ ଓ କେନ୍ଦୁଝର ୪୪ ଲେଖାଏଁ, ବଲାଙ୍ଗୀର ୪୨, ଭଦ୍ରକ, କେନ୍ଦ୍ରାପଡ଼ା ଓ ସମ୍ବଲପୁରୁ ୪୧ ଲେଖାଏଁ, କଳାହାଣ୍ଡି ୩୬, କୋରାପୁଟ ୩୪, ମାଲକାନଗିରି ୩୨, ସୋନପୁର ୨୮, ନୟାଗଡ଼ ୨୬, କନ୍ଧମାଳ ୨୩, ଝାରସୁଗୁଡ଼ା ୨୨, ଗଞ୍ଜାମ ଓ ନବରଙ୍ଗପୁର ୨୦ ଲେଖାଏଁ, ବୌଦ୍ଧ ୧୬, ରାୟଗଡ଼ା ୧୫, ଦେବଗଡ଼ ୧୩, ଗଜପତି ୬ ଓ ଷ୍ଟେଟ୍‌ ପୁଲରୁ ୩୭ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର