ରାଜ୍ୟରେ କରୋନା ମୃତ୍ୟୁ ୧୩ଶହ ନିକଟତର

ଦିନକରେ ୧୬୧୭ ପଜିଟିଭ୍, ୧୩ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ୧୩ଶହ ନିକଟତର ହୋଇଛି। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିଲେ ହେଁ, ମୃତ୍ୟୁ ସଂଖ୍ୟା କମୁନାହିଁ। ଗଞ୍ଜାମରେ କାଁ ଭାଁ ମୃତ୍ୟୁ ନଜରକୁ ଆସୁଥିବା ବେଳେ ଖୋର୍ଧା ଜିଲ୍ଲାରେ ଏହା ଜାରି ରହିଛି। ୧୩ ମୃତକଙ୍କ ମଧ୍ୟରେ ଅନୁଗୁଳ, ନୂଆପଡ଼ା, ବାଲେଶ୍ବର, କଟକ ଓ ଭୁବନେଶ୍ବରରେ ୨ଜଣ ଲେଖାଏଁ, ସମ୍ବଲପୁର, ଜଗତସିଂହପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ ୨୨୮, ଖୋର୍ଧାରେ ୨୨୩ ଓ କଟକରେ ୧୦୮ଜଣ ଏ ପର୍ଯ୍ୟନ୍ତ ପ୍ରାଣ ହରାଇ ସାରିଲେଣି।

ରାଜ୍ୟରେ ଧୀରେ ଧୀରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧,୩୯୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୬୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଟିପିଆର ୩.୯ ପ୍ରତିଶତ ରହିଛି। ମାତ୍ର ସାମଗ୍ରିକ ଭାବେ ରାଜ୍ୟରେ ଟିପିଆର ଏବେ ବି ୬.୪୩ ପ୍ରତିଶତ ରହିଛି। ୧୬୧୭ ରୋଗୀଙ୍କ ମଧ୍ୟରୁ ୯୪୧ ସଙ୍ଗରୋଧରୁ ଓ ୬୭୬ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୨୨୨ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୪୮,୨୮୭କୁ ବୃଦ୍ଧି ପାଇଛି।

ଏହାସହ କଟକ ୧୨୮, ସୁନ୍ଦରଗଡ଼ ୯୩, ମୟୂରଭଞ୍ଜ ୮୫, କଳାହାଣ୍ଡି ୮୪, ଜଗତସିଂହପୁର ୮୦, ପୁରୀ ଓ ବାଲେଶ୍ବରରେ ୭୬ ଲେଖାଏଁ, ଅନୁଗୁଳ ୭୫, ବଲାଙ୍ଗୀର ୬୮, ନୂଆପଡ଼ା ୫୯, କେନ୍ଦ୍ରାପଡ଼ା ୫୪, କେନ୍ଦୁଝର ୫୩, ଢେଙ୍କାନାଳ ୪୫, ନୟାଗଡ଼ ଓ ଯାଜପୁର ୪୦ ଲେଖାଏଁ, ଷ୍ଟେଟ୍‌ ପୁଲ ୩୬, ନବରଙ୍ଗପୁର ୩୩, ବରଗଡ଼ ୩୫, କୋରାପୁଟ ୩୨, ଭଦ୍ରକ ୩୦, ଝାରସୁଗୁଡ଼ା ୩୯, ବୌଦ୍ଧ ୧୯, ଦେବଗଡ଼ ୧୧, ଗଞ୍ଜାମ ୨୦, କନ୍ଧମାଳ ୧୪, ମାଲକାନଗିରି ୧୭, ସମ୍ବଲପୁର ୨୨, ଗଜପତିରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୮୭ହଜାର ୯୯କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୧୯୦୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୩୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୩,୭୧୧କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୨୨୨ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ ୧୭୦, ଅନୁଗୁଳ ୧୨୬, କେନ୍ଦ୍ରାପଡ଼ା ୧୦୨, କଟକ ୧୦୦, ବଲାଙ୍ଗୀର ୯୬, ବାଲେଶ୍ବର ୮୯, ମୟୂରଭଞ୍ଜ ୮୦, କଳାହାଣ୍ଡି ୭୬, ଜଗତସିଂହପୁର ୭୩, ନୂଆପଡ଼ା ୬୮, ଝାରସୁଗୁଡ଼ା ୫୫, ଢେଙ୍କାନାଳ ୪୯, ଯାଜପୁର ୪୮, ପୁରୀ ୪୭, ନବରଙ୍ଗପୁର ଓ ସମ୍ବଲପୁରରେ ୪୫ ଲେଖାଏଁ, କନ୍ଧମାଳ ଓ କେନ୍ଦୁଝରେ ୪୨ ଲେଖାଏଁ, ବରଗଡ଼ ଓ ସୋନପୁରରୁ ୩୭ ଲେଖାଏଁ, ମାଲକାନଗିରି ୩୫, ରାୟଗଡ଼ା ୩୪, କୋରାପୁଟ ୩୩, ବୌଦ୍ଧ ୩୨, ନୟାଗଡ଼ ୩୦, ଭଦ୍ରକ ୨୫, ଗଞ୍ଜାମ ୨୦, ଗଜପତି ୫, ଦେବଗଡ଼ ୪ ଓ ଷ୍ଟେଟ୍‌ ପୁଲରୁ ୨୧ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର