ରାଜ୍ୟରେ ଥମୁନି କରୋନା ମୃତ୍ୟୁ

ପୁଣି ଦିନକରେ ୧୬ ମୁଣ୍ଡ ନେଲା, ୨୪ ଘଣ୍ଟାରେ ୩୬ ଶହ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଥମୁନି କରୋନା ମୃତ୍ୟୁ। କିଛି ଦିନ ପୂର୍ବରୁ ଦିନକୁ ୯/୧୨ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହେଉଥିବା ବେଳେ ଗତକାଲି ରେକର୍ଡ ସଂଖ୍ୟକ ୧୭ଜଣ କରୋନାରେ ପ୍ରାଣ ହରାଇଥିଲେ। ଆଜି ପୁଣି ୧୬ଜଣ ପ୍ରାଣ ହରାଇଥିବା ନେଇ ସରକାରୀ ଭାବେ ଘୋଷଣା କରାଯାଇଛି। ସମୁଦାୟ ମୃତ୍ୟୁ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇ ୮୭୫ରେ ପହଞ୍ଚି ଗଲାଣି। କରୋନା ମୃତ୍ୟୁକୁ ରୋକିବା ଲାଗି ରାଜ୍ୟ ସରକାର ପ୍ଲାଜ୍‌ମା ଥେରାପିଠାରୁ ଆରମ୍ଭ କରି ଆଇସିୟୁ ଓ ଭେଣ୍ଟିଲେଟର୍‌ର ବ୍ୟବସ୍ଥା କରିଥିବା କହୁଛନ୍ତି। ଏପରିକି କଟକ ଓ ଭୁବନେଶ୍ବରରେ ଅଧିକରୁ ଅଧିକ ଆଇସିୟୁ ଓ ଭେଣ୍ଟିଲେଟର୍‌ ସଂରକ୍ଷିତ ରଖିବା ଲାଗି ନିଷ୍ପତ୍ତି ହୋଇଛି। ମାତ୍ର ଏହି ଦୁଇ ସହରରେ ହିଁ ଅଧିକ ରୋଗୀ ପ୍ରାଣ ହରାଉଥିବା ନଜରକୁ ଆସୁଛି।

ଆଜି ଘୋଷଣା ହୋଇଥିବା ମୃତକଙ୍କ ମଧ୍ୟରେ ଭୁବନେଶ୍ବରର ୪ଜଣଙ୍କୁ ମିଶାଇ ଖୋର୍ଧାରୁ ସର୍ବାଧିକ ୬ଜଣ ରହିଛନ୍ତି। ନୟାଗଡ଼ରୁ ୩, କଟକ ଓ ବାଲେଶ୍ବରରୁ ୨ଲେଖାଏଁ, ବରଗଡ଼, ଜଗତ୍‌ସିଂହପୁର, କଳାହାଣ୍ଡିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଞ୍ଜାମରେ ସର୍ବାଧିକ ୨୨୦, ଖୋର୍ଧା ୧୪୪, କଟକ ୭୪, ପୁରୀ ୫୭, ସୁନ୍ଦରଗଡ଼ ୪୦, ରାୟଗଡ଼ା ୩୮, ବାଲେଶ୍ବର ୩୦, ନୟାଗଡ଼ ୨୮, ବଲାଙ୍ଗୀର ୨୪, ଗଜପତି, କନ୍ଧମାଳ ଓ ମୟୂରଭଞ୍ଜରୁ ୨୩ ଲେଖାଏଁ, ସମ୍ବଲପୁର ୨୨, ଭଦ୍ରକ ୧୪, ବରଗଡ଼ ୧୩, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ୧୧ ଲେଖାଏଁ, ଜଗତ୍‌ସିଂହପୁର ଓ କେନ୍ଦୁଝରରୁ ୧୦ଜଣ ଲେଖାଏଁ ପ୍ରାଣ ହରାଇ ସାରିଛନ୍ତି। କେବଳ ଦେବଗଡ଼ ଜିଲ୍ଲାକୁ ବାଦ୍ ଅନ୍ୟ ସବୁ ଜିଲ୍ଲାରେ କରୋନା ରୋଗୀ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ସଂକ୍ରମଣ ଗ୍ରାଫ୍ ୩ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮ହଜାର ୨୧୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୩୬୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର୍‌ ୭ପ୍ରତିଶତରୁ ଅଧିକ ରହିଛି। ଏଥିରେ ୨୧୦୯ ସଙ୍ଗରୋଧରୁ ଓ ୧୪୯୧ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ଖୋର୍ଧା ଏବେ ସଂକ୍ରମଣ ନେଇ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଖୋର୍ଧାରୁ ୭୬୬ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୮,୯୯୭ରେ ପହଞ୍ଚିଛି। ଗତ ସେପ୍ଟେମ୍ବର ମାସରେ ଖୋର୍ଧାରୁ କେବଳ ୨୦,୮୯୮ରୋଗୀଙ୍କୁ ଚିହ୍ନଟ କରାଯାଇଛି, ଯାହାକି ଜିଲ୍ଲାର ସମୁଦାୟ ସଂକ୍ରମଣ ପ୍ରାୟ ସାଢ଼େ ୫୩ପ୍ରତିଶତ। ସେହିପରି କଟକରୁ ୩୫୮ରୋଗୀଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧,୨୪୯, ‌ଷ୍ଟେଟ୍‌ ପୁଲ ୧୫୮, ମୟୂରଭଞ୍ଜ ୧୫୬, ଯାଜପୁର ୧୩୯, କେନ୍ଦ୍ରାପଡ଼ା ଓ ସୋନପୁରର ୧୨୯ ଲେଖାଏଁ, ସମ୍ବଲପୁର ୧୨୬, ନବରଙ୍ଗପୁର ୧୧୬, ପୁରୀ ୧୧୫, ବାଲେଶ୍ବର ୧୦୭, ବରଗଡ଼ ଓ କେନ୍ଦୁଝରରୁ ୧୦୬ ଲେଖାଏଁ, ଅନୁଗୁଳ ୧୦୦, ବଲାଙ୍ଗୀର ୯୯, କନ୍ଧମାଳ ୯୭, ସୁନ୍ଦରଗଡ଼ ୮୯, ନୂଆପଡ଼ା ୮୪, ଭଦ୍ରକ ୮୨, ନୟାଗଡ଼ ୭୪, ଜଗତ୍‌ସିଂହପୁର ୭୩, କୋରାପୁଟ ୬୬, କଳାହାଣ୍ଡି ୫୧, ଢେଙ୍କାନାଳ ୪୭, ମାଲକାନଗିରି ୪୬, ଝାରସୁଗୁଡ଼ା ୪୧, ରାୟଗଡ଼ା ୩୨, ଗଞ୍ଜାମ ୩୧, ଗଜପତି ୧୯ ଦେବଗଡ଼ରେ ୧୧ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୨୬ହଜାର ୩୩୪‌ରେ ପହଞ୍ଚିଛି।
ଅପରପକ୍ଷେ ଆଜି ୪୦୪୮ ରୋଗୀ ସୁସ୍ଥ ହୋଇଛନ୍ତି। ଗତ ଦୁଇ ଦିନରେ ୮୪୨୮ ରୋଗୀ ସୁସ୍ଥ ହେବା ଫଳରେ ସୁସ୍ଥହାର ୮୫ପ୍ରତିଶତକୁ ବୃଦ୍ଧି ପାଇଛି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୧,୨୭୮କୁ ଖସି ଆସିଛି। ଅପରପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୯୪ହଜାର ୧୨୮କୁ ବୃଦ୍ଧି ପାଇଛି। ଖୋର୍ଧାରୁ ସର୍ବାଧିକ ୬୮୩ଜଣ ସୁସ୍ଥ ହୋଇଛନ୍ତି। ଏହାସହ କଟକରୁ ୪୬୬, ପୁରୀ ୧୯୫, ଯାଜପୁର ୧୭୬, ଅନୁଗୁଳ ୧୬୭, କନ୍ଧମାଳ ୧୪୬, କେନ୍ଦ୍ରାପଡ଼ା ୧୪୨, ନବରଙ୍ଗପୁର ୧୩୩, ଜଗତ୍‌ସିଂହପୁର ୧୩୦, ଭଦ୍ରକ ୧୧୮, ବାଲେଶ୍ବର ୧୧୫, ସମ୍ବଲପୁର ୧୧୧, ମୟୂରଭଞ୍ଜ ୧୦୮, କେନ୍ଦୁଝର ୧୦୭, ବରଗଡ଼ ୧୦୬, ନୂଆପଡ଼ା ୧୦୧, ରାୟଗଡ଼ା ୯୯, ସୁନ୍ଦରଗଡ଼ ୯୮, ଝାରସୁଗୁଡ଼ା ୮୧, କୋରାପୁଟ ୬୪, ସୋନପୁର ୬୧, କଳାହାଣ୍ଡି ୫୩, ମାଲକାନଗିରି ୪୮, ନୟାଗଡ଼ ୪୬, ବଲାଙ୍ଗୀର ୪୫, ଗଞ୍ଜାମ ୩୯, ବୌଦ୍ଧ ୩୫, ଢେଙ୍କାନାଳ ୩୩, ଦେବଗଡ଼ ୧୬, ଗଜପତି ୧୩ ଓ ଷ୍ଟେଟ୍‌ ପୁଲରୁ ୩୧୩ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର