ରାଜ୍ୟରେ କମୁନି କରୋନା ମୃତ୍ୟୁ

ଦିନକରେ ୧୩୮୫ ପଜିଟିଭ୍, ୧୪ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନ ମୃତ୍ୟୁ ବଢ଼ି ଚାଲିଛି। କେଉଁ ଦିନ ୯ଜଣ ତ ଆଉ କେଉଁଦିନ ୧୪; ଏହିପରି ଭାବେ ଧୀରେଧୀରେ ହେଲେ ମଧ୍ୟ ସଂଖ୍ୟା ୧୩୭୮କୁ ବୃଦ୍ଧି ପାଇଲାଣି। ଯଦିଓ ରାଜ୍ୟରେ ସଂକ୍ରମଣ ଏକପ୍ରକାର ନିୟନ୍ତ୍ରଣ ସ୍ଥିତିକୁ ଆସିଥିବା କୁହାଯାଉଛି, କିନ୍ତୁ ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ରାଜ୍ୟରେ ୧୪ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଏଥିରେ ମୟୂରଭଞ୍ଜ ଓ ଭୁବନେଶ୍ବରରେ ୩ଜଣ ଲେଖାଏଁ, କଟକ ଓ ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ, ଗଞ୍ଜାମ, ନୟାଗଡ଼, ନବରଙ୍ଗପୁର, ସମ୍ବଲପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଧାରେ ସର୍ବାଧିକ ୨୩୯ଜଣ, ଗଞ୍ଜାମ ୨୩୧, କଟକ ୧୧୫, ପୁରୀ ୮୫, ସୁନ୍ଦରଗଡ଼ ୭୬ ଓ ବାଲେଶ୍ବରରେ ୬୯ଜଣ ପ୍ରାଣ ହରାଇଛନ୍ତି। ଦେବଗଡ଼ରେ ସର୍ବନିମ୍ନ ୨ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୦,୭୮୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୧୩୮୫ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୭୯୮ଜଣ ସଙ୍ଗରୋଧରୁ ଓ ୫୮୭ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଖୋର୍ଧାରୁ ସର୍ବାଧିକ ୧୫୯ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୯,୪୪୫କୁ ବୃଦ୍ଧି ପାଇଛି। କଟକ ୧୦୯, ମୟୂରଭଞ୍ଜ ୧୦୩, ସୁନ୍ଦରଗଡ଼ ୯୧, ନୂଆପଡ଼ା ୮୮ ଓ ଅନୁଗୁଳ ୮୮ ଲେଖାଏଁ, ବାଲେଶ୍ବର ୩୬, ବରଗଡ଼ ୫୫, ଭଦ୍ରକ ୩୧, ବଲାଙ୍ଗୀର ୭୭, ବୌଦ୍ଧ ୪, ଦେବଗଡ଼ ୮, ଢେଙ୍କାନାଳ ୩୩, ଗଜପତି ୩, ଗଞ୍ଜାମ ୨୩, ଜଗତସିଂହପୁର ୫୦, ଯାଜପୁର ୨୩, ଝ‌ାରସୁଗୁଡ଼ା ୨୯, କଳାହାଣ୍ଡି ୫୦, କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୪୨, କେନ୍ଦୁଝର ୫୭, କୋରାପୁଟ ୨୮, ମାଲକାନଗିରି ୨୩, ନବରଙ୍ଗପୁର ୨୧, ନୟାଗଡ଼ ୩୨, ପୁରୀ ୩୫, ରାୟଗଡ଼ା ୧୦, ସମ୍ବଲପୁର ୩୦, ସୋନପୁର ୫ ଓ ଷ୍ଟେଟ୍‌ ପୁଲ ୩୧ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ ୯୭ହଜାର ୨୭୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ୧୪୭୦ କ‌ରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨ଲକ୍ଷ ୮୩ହଜାର ୫୩୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨,୩୦୦କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୧୬୯ଜଣ ସୁସ୍ଥ ହୋଇଛନ୍ତି। ଏହାବାଦ୍ ବାଲେଶ୍ବର ୧୧୦, କଟକ ୧୦୭, ସୁନ୍ଦରଗଡ଼୯୭, ଜଗତ୍‌ସିଂହପୁର ୯୩, କେନ୍ଦୁଝର ୯୦, ଅନୁଗୁଳ ୮୪, ବଲାଙ୍ଗୀର ୬୭, ମୟୂରଭଞ୍ଜ ଓ ନୂଆପଡ଼ାରୁ ୬୦ ଲେଖାଏଁ, କେନ୍ଦ୍ରାପଡ଼ା ୫୦, ଢେଙ୍କାନାଳ ୪୧, କଳାହାଣ୍ଡି ୪୦, ନୟାଗଡ଼ ୩୫, ଝାରସୁଗୁଡ଼ା ୩୩, ବରଗଡ଼ ୩୨, ଯାଜପୁର ୨୯, ନବରଙ୍ଗପୁର ୨୮, ଗଞ୍ଜାମ ୨୬, ସମ୍ବଲପୁର ୨୩, କୋରାପୁଟ ୨୨, କନ୍ଧମାଳ ୧୯, ବୌଦ୍ଧ ୧୫, ଭଦ୍ରକ ୧୪, ସୋନପୁର ୧୩, ଦେବଗଡ଼ ଓ ମାଲକାନଗିରିରୁ ୧୧ ଲେଖାଏଁ, ଗଜପତି ୧୦, ରାୟଗଡ଼ା ୮ ଓ ଷ୍ଟେଟ୍‌ ପୁଲ ୩୧ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର