ବ୍ରହ୍ମପୁର: କରୋନା ପାଇଁ ଜିଲ୍ଲା ପ୍ରଶାସନ ଗଞ୍ଜାମରେ ବଡ଼ ପଦକ୍ଷେପ ନେଇଛି। ବାହାଘରରେ କେବଳ ଶହେ ଲୋକ ସାମିଲ ହେବା ସହ ଭୋଜିରେ ଖାଦ୍ୟପୁଡ଼ିଆ ବାଣ୍ଟିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦେଖି ଅଧିକ ସତର୍କ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କାରଣ ରାଜ୍ୟରେ ଏବେ ପ୍ରତିଦିନ ପ୍ରାୟ ୫ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ବିଶେଷ କରି ସାମାଜିକ କାର୍ଯ୍ୟକ୍ରମରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ କରୋନା କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେଣୁ ବିବାହ ଉତ୍ସବକୁ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଅତିଥି ଯୋଗ ଦେଇପାରିବେ ।
ସମସ୍ତ ଅତିଥିଙ୍କୁ ପ୍ୟାକେଟ ଖାଦ୍ୟ ହିଁ ଦିଆଯିବ
ଏହି ନିଷ୍ପତ୍ତିକୁ କଡାକଡି ପାଳନ କରାଯିବ @CMO_Odisha@HFWOdisha
— Collector & District Magistrate, Ganjam (@Ganjam_Admin) April 5, 2021
ଏଥିରେ ଜିଲ୍ଲାରେ ବିବାହ ଉତ୍ସବରେ କେବଳ ୧୦୦ ଜଣ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ସେହିପରି ବିବାହ ଉତ୍ସବରେ ଯୋଗ ଦେଉଥିବା ଲୋକ ଭୋଜି ଖାଇପାରିବେ ନାହିଁ ବରଂ ବିବାହ ଆୟୋଜକ ଭୋଜନର ‘ଟେକ୍ ଆୱେ’ ବନ୍ଦୋବସ୍ତ କରିବେ। ଆୟୋଜକ ଅତିଥିମାନଙ୍କୁ ଖାଦ୍ୟ ପୁଡ଼ିଆ ଦେଇପାରିବେ ବୋଲି ସାନି ନିର୍ଦ୍ଦେଶନାମାରେ କୁହାଯାଇଛି । ଏଣିକି ଗଞ୍ଜାମ ଜିଲ୍ଲାରେ ବାହାଘର ଭୋଜିରେ କେବଳ ଖାଦ୍ୟ ପୁଡ଼ିଆ ବଣ୍ଟାଯିବ ଏବଂ ଏହି ନିୟମର ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/No-Fooding-in-Marriage-Party_Only-Parcel_Thumbnail.jpg)