ଏତିକି ହିତାଧିକାରୀଙ୍କ ପାଖରେ ପହଞ୍ଚି ନାହିଁ କୋଭିଡ ସହାୟତା ଟଙ୍କା, ଗୃହରେ କହିଲେ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୯ ହଜାର ୬୫୦ ଜଣ ହିତାଧିକାରୀ କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି | ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩ ଲକ୍ଷ ୬୪ ହଜାର ୪୯୫ ଜଣ ହିତାଧିକାରୀ ବଞ୍ଚିତ ହୋଇଛନ୍ତି | ଆଜି ଗୃହରେ ଖଣ୍ଡପଡ଼ା ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହା କହିଛନ୍ତି | ଆଜି ଗୃହରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ ୨୦୧୯-୨୦ ବର୍ଷରେ ରାଜ୍ୟରେ ରାସନ କାର୍ଡଧାରୀଙ୍କ ସଂଖ୍ୟା କେତେ ଥିଲା ? ସେମାନଙ୍କ ମଧ୍ୟରୁ କେତେ କାର୍ଡଧାରୀଙ୍କୁ ପ୍ରଥମ ଓ ଦ୍ଵିତୀୟ କୋଭିଡ ସହାୟତା ମିଳିଛି | କେତେ କାର୍ଡଧାରୀ ଏହି ସହାୟତରୁ ବଂଚିତ ହୋଇଛନ୍ତି |

ଏହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ୨୦୧୯-୨୦ ବର୍ଷରେ ରାସନ କାର୍ଡଧାରୀଙ୍କର ପରିବାରଙ୍କର ସଂଖ୍ୟା ୯୫,୫୧,୬୯୪ ଥିଲା ଆଉ ବର୍ତ୍ତମାନ ୯୫,୮୫, ୭୬୬ ଅଛି | ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୩,୪୨,୦୪୪ ପରିବାରଙ୍କୁ କୋଭିଡ ସହାୟତା ମିଳିଛି | ଦ୍ଵିତୀୟ ପର୍ଯ୍ୟାୟରେ ୯୨,୨୧,୨୭୧ ପରିବାରଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି |

ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୯ ହଜାର ୬୫୦ ଜଣ ହିତାଧିକାରୀ କୋଭିଡ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି | ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୩ ଲକ୍ଷ ୬୪ ହଜାର ୪୯୫ ଜଣ ହିତାଧିକାରୀ ବଞ୍ଚିତ ହୋଇଛନ୍ତି |

ସମ୍ବନ୍ଧିତ ଖବର