ଭୁବନେଶ୍ବର: କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ଦ୍ବୈତ ନଗରୀରରେ ଥିବା କୋଭିଡ ହସ୍ପିଟାଲକୁ ନେଇ ଅଧିକ ସଚେତନ ହୋଇଉଠିଛନ୍ତି। କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ଆରମ୍ଭ ହେଲା ସତର୍କତା । ଭୁବନେଶ୍ୱର ସମ ହସ୍ପିଟାଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମକଡ୍ରିଲ । ଏହାପରେ ଦିନ ୧୧ଟା ୩୦ରେ କିମ୍ସ କୋଭିଡ ହସ୍ପିଟାଲ ଏବଂ ଦିନ ଗୋଟାଏ ୧୫ ମିନିଟରେ ଅଶ୍ୱିନୀ ହସ୍ପିଟାଲରେ ଏହି ମକଡ୍ରିଲ କରାଯିବ ବୋଲି ସୂଚନା ମିଳିଛି।
ବିଶେଷ କରି ଏସବୁ କୋଭିଡ ହସ୍ପିଟାଲରେ ଥିବା ଅଗ୍ନିନିର୍ବାପକ ଉପକରଣ ଗୁଡିକର ଯାଞ୍ଚ କରାଯିବ । ସେହିପରି ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଏହି ଉପକରଣର ସଠିକ ଉପଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ । ଗତକାଲି ସଦଗୁରୁ କୋଭିଡ୍ ହସ୍ପିଟାଲର ତୃତୀୟ ମହମଲାରେ ଥିବା ଆଇସିୟୁରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ପ୍ରଶାସନ ସୂଚନା ଦେଇଥିଲା । ଗୁରୁତର ରୋଗୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଲକ୍ଷଣ ନଥିବା ରୋଗୀମାନଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/mock.jpg)