ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି, ଦୁଇ ଦିନରେ ୧୬%

ଦିନକରେ ୧୫୦୩ ଚିହ୍ନଟ, ସୁସ୍ଥ ହେଲେ ୫୮୧ ଜଣ, ଆଉ ୭ ମୃତ, ସଂଖ୍ୟା ୧୪୭

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିବାରେ ଲାଗିଛି। ଏ ପର୍ଯ୍ୟନ୍ତ ୬ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ଟପିଛି। ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ପାର୍ କରିଛି। ଏହାସହ ଖୋର୍ଧା, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରେ ସଂକ୍ରମଣ ଉପରମୁହାଁ ହୋଇଛି। ରାଜ୍ୟର ସମୁଦାୟ ସଂକ୍ରମଣର ୩୪% ରୋଗୀ କେବଳ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି।

ସେହିପରି କରୋନା ବୃଦ୍ଧି ହାରରେ ମଧ୍ୟ ଯଥେଷ୍ଟ ବୃଦ୍ଧି ଘଟିଛି। ଏହାସହିତ ପରୀକ୍ଷା ବେଳେ ପଜିଟିଭ୍ ହାର ବା ଟିପିଆର ମଧ୍ୟ ବଢ଼ୁଛି। ଗତ ଦୁଇ ଦିନରେ ଏହି ହାର ୧୦ ପ୍ରତିଶତରୁ ୧୬ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ସାମଗ୍ରିକ ଭାବେ ଏହି ହାର ୫.୭୫ ପ୍ରତିଶତରେ ପହଞ୍ଚି ସାରିଲାଣି। ରାଜ୍ୟରେ ଏବେସୁଦ୍ଧା ୪ଲକ୍ଷ ୬୭ହଜାର ୪୪୭ କୋଭିଡ୍‌ ନମୁନାର ପରୀକ୍ଷା ହୋଇଥିବା ବେଳେ ୧୭ଟି ନମୁନାରୁ ଜଣେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଅପରପକ୍ଷରେ କରୋନା ବୃଦ୍ଧି ହାର ପ୍ରାୟ ୬ ପ୍ରତିଶତ ଛୁଇଁବାକୁ ବସିଲାଣି। ଚଳିତ ମାସ ବ୍ୟାପୀ ବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଥିବା ଦେଖିବାକୁ ମିଳିଛି। ଯାହାକି ବେଶ୍ ଚିନ୍ତାଜନକ।

Personnel Today

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୦୨ଜଣ ସଙ୍ଗରୋଧ ଓ ୫୦୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଗଞ୍ଜାମ ଓ ଖୋର୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ସ୍ଥାନ ବଜାୟ ରଖିଛନ୍ତି। ଫଳରେ ସଂକ୍ରମଣ ସଂଖ୍ୟା ୨୬ ହଜାର ୮୯୨ରେ ପହଞ୍ଚିଛି। ଏଥିରେ ସାଢ଼େ ୧୯ ହଜାର କେବଳ ପୁରୁଷ ସଂକ୍ରମିତ ହୋଇଥିବା ବେଳେ ୭୩୫୦ ଜଣ ମହିଳା ଆକ୍ରାନ୍ତ ଅଛନ୍ତି। ଚଳିତମାସ ଶେଷ ବେଳକୁ ସମୁଦାୟ ସଂକ୍ରମଣ ୩୦ ହଜାର ଛୁଇଁବ ବୋଲି ଆଶଙ୍କା ସୃଷ୍ଟି ହେଲାଣି।

ଆଜି ଆଉ ୭ କରୋନା ମୃତ ‌ରୋଗୀଙ୍କ ସଂପର୍କରେ ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ୩ଜଣ ଗଞ୍ଜାମର ଥିବା ବେଳେ ସୁନ୍ଦରଗଡ଼, ଭୁବନେଶ୍ବର, କଟକ ଓ ମାଲକାନାଗିରିରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଗଞ୍ଜାମର ମୃତକଙ୍କ ମଧ୍ୟରେ ୫୧ବର୍ଷର ମହିଳା ଓ ୫୫ବର୍ଷର ପୁରୁଷ ରହିଛନ୍ତି। ଦୁହେଁ କରୋନା ଭୂତାଣରୁ ଶିକାର ହୋଇଛନ୍ତି। ଏହାସହ ୫୮ବର୍ଷର ପୁରୁଷ ‌ମଧୁମେହରେ ପୀଡ଼ିତ ଥିଲେ। କଟକ ଜିଲ୍ଲାର ୬୧ବର୍ଷର ପୁରୁଷ, ସୁନ୍ଦରଗଡ଼ର ମଧୁମେହରେ ପୀଡ଼ିତ ଥିବା ୬୩ବର୍ଷର ପୁରୁଷ, ଭୁବନେଶ୍ବର ୪୩ବର୍ଷର ମଧୁମେହରେ ପୀଡ଼ିତ ପୁରୁଷ ଓ ମାଲକାନାଗିରିର ୫୧ବର୍ଷରୁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟର ୧୮ଟି ଜିଲ୍ଲାକୁ କରୋନା ମୃତ୍ୟୁ ଛୁଇଁ ସାରିଲାଣି। ଗଞ୍ଜାମରେ ସର୍ବାଧିକ ୮୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଧା ୧୮, କଟକ ୧୦, ଗଜପତି ୯ ଓ ସୁନ୍ଦରଗଡ଼ରେ ୬ଜଣଙ୍କ ମୃତ୍ୟୁ ହୋଇଛି। ସମୁଦାୟ ସଂଖ୍ୟା ୧୪୭ରେ ପହଞ୍ଚିଥିବା ବେଳେ ୩୪ଜଣ ଅଣ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି।

Image Courtesy of Hindustan Times

ଗତ ୨୪ଘଣ୍ଟାରେ ଗଞ୍ଜାମରେ ୪୯୧, ଖୋର୍ଧା ୨୨୩, କଟକ ୧୩୬, କନ୍ଧମାଳ ଓ ଗଜପତିରେ ୭୩ଜଣ ଲେଖାଏଁ, ରାୟଗଡ଼ା ୬୮, ସୁନ୍ଦରଗଡ଼ ୫୭, ଯାଜପୁର ୫୧, କେନ୍ଦୁଝର ୪୩, କୋରାପୁଟ ଓ ମାଲକାନଗିରିରୁ ୩୪ଜଣ ଲେଖାଏଁ, ଢେଙ୍କାନାଳ ୩୨, ମୟୂରଭଞ୍ଜ ୨୮, ଭଦ୍ରକ ୨୫, ବରଗଡ଼ ୨୩, ବଲାଙ୍ଗୀର ୨୧, ସମ୍ବଲପୁର ୧୭, ଝାରସୁଗୁଡ଼ା ଓ କଳାହାଣ୍ଡିରେ ୧୦ଜଣ ଲେଖାଏଁ, କେନ୍ଦ୍ରାପଡ଼ା ୯, ନୟାଗଡ଼ ୮, ଜଗତସିଂହପୁର ୬, ସୋନପୁର ୪, ନବରଙ୍ଗପୁର ୨, ବୌଦ୍ଧ ଓ ଅନୁଗୁଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ୫୮୧ଜଣ ସୁସ୍ଥ ହୋଇଛନ୍ତି। ଏଥିରେ ଗଞ୍ଜାମ ୧୬୦, ଖୋର୍ଧା ୭୭, ଗଜପତି ୪୩, କଟକ ୩୪, ମାଲକାନଗିରି ୩୨, ବରଗଡ଼ ୨୫, ଭଦ୍ରକ ୨୩, କେନ୍ଦୁଝର ୧୯, ଅନୁଗୁଳ ଓ କନ୍ଧମାଳ ୧୭ଜଣ ଲେଖାଏଁ, ଜଗତସିଂହପୁର, ସମ୍ବଲପୁରରୁ ୧୪ଜଣ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୧୨ଜଣ ଲେଖାଏଁ, ବାଲେଶ୍ବର ୧୦, କେନ୍ଦ୍ରାପଡ଼ା, ପୁରୀରୁ ୯ଜଣ ଲେଖାଏଁ, ଢେଙ୍କାନାଳ ୮, ଯାଜପୁର ୭, ବଲାଙ୍ଗୀର ୬, ବୌଦ୍ଧ ୫, ଦେବଗଡ଼ ୩, ନବରଙ୍ଗପୁର ୨, କୋରାପୁଟ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୭୩୭୩ରେ ପହଞ୍ଚିଛି। ୯୩୩୭ ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର