କୋଭିଡ ଔଷଧ କଳାବଜାରୀ ରୋକିବାକୁ ଚଢ଼ଉ ଆରମ୍ଭ

ପ୍ରତ୍ୟେକ ଦିନ ଔଷଧ ବିତରଣର ତଥ୍ୟ ପୁଲିସ୍‌କୁ ଅବଗତ କରାଇବାକୁ ନିର୍ଦ୍ଦେଶ

କଟକ: କୋଭିଡ୍‌ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ଓ ଚିକିତ୍ସା ଉପକରଣକୁ ବେଆଇନ୍‌ ଭାବେ ଗଚ୍ଛିତ ରଖିବା ସହ କଳାବଜାରୀ ବିରୋଧରେ ରାଜ୍ୟ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଥମ ଦିନରେ ଫ୍ଲାଇ˚ ସ୍କ୍ବାଡ୍‌ର ଏକ ମିଳିତ ଟିମ୍‌ କଟକ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ଔଷଧ ଡିପୋରେ ଚଢଉ କରିଛି। କଟକର କାଠଗଡ଼ା ସାହି ଓ ଭାପୁର, ପ୍ରତାପ ନଗରୀ ଏବ˚ ଭୁବନେଶ୍ବରର ପାହାଳ ଓ ୟୁନିଟ୍‌-୩ସ୍ଥିତ ଔଷଧ ଡିପୋରେ ଚଢଉ କରାଯାଇଛି। ଡିପୋରେ ଥିବା ସମସ୍ତ ରେକର୍ଡକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ହସ୍‌ପିଟାଲ ଏବ˚ ଅନ୍ୟାନ୍ୟ ସ˚ସ୍ଥାକୁ ବଣ୍ଟନ କରାଯାଉଥିବା ଔଷଧ ଏବ˚ ଷ୍ଟକ୍‌ ଏଣ୍ଟ୍ରି ସମ୍ପର୍କରେ ଯାଞ୍ଚ କରାଯାଇଛି। ଏଥିସହ କୋଭିଡ୍‌-୧୯ ଔଷଧ ବଣ୍ଟନ ବ୍ୟବସ୍ଥା, ଔଷଧ ବିତରକ ଏବ˚ ମେଡିକାଲ ଡିପୋର ସମସ୍ତ ତଥ୍ୟ ସ˚କ୍ରାନ୍ତରେ ପ୍ରତିଦିନ ଅପ୍‌ଡେଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମ୍‌ରେ ଡ୍ରଗ୍ସ ଇନ୍ସପେକ୍ଟର, ସ୍ପେଶାଲ ଟାସ୍କ ଫୋର୍ସ, କ୍ରାଇମବ୍ରାଞ୍ଚର ଅଧିକାରୀ ଏବ˚ ସ୍ଥାନୀୟ ପୁଲିସ୍‌ ସାମିଲ ଥିଲେ।

ସୂଚନାଯୋଗ୍ୟ, କୋଭିଡ୍‌ ଔଷଧ କଳାବଜାରୀ ରୋକିବାକୁ କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଡିଜି ଯଶୋୱନ୍ତ ଜେଠୱା, ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଏବ˚ ଡ୍ରଗ୍ସ କଣ୍ଟ୍ରୋଲର‌୍‌ଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। କଟକ ଓ ଭୁବନେଶ୍ବରରେ କଳାବଜାରୀ ରୋକିବାକୁ ୭ଟି ଫ୍ଲାଇ˚ ସ୍କ୍ବାଡ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ୧୫ଟି ସ୍କ୍ବାଡ୍‌ କାର୍ଯ୍ୟ କରୁଛି। ଶ୍ରୀ ଜେଠୱା ଏନ୍‌ଫୋର୍ସମେଣ୍ଟ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହାସହ କୌଣସି ସ୍ଥାନରେ କଳାବଜାର ହେଉଥିବା ଖବର ପାଇଲେ ଚଢଉ କରାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର