ରାଜ୍ୟରେ ଏବେ ଭେଣ୍ଟିଲେଟରରେ ୩୦, ଆଇସିୟୁରେ ୩୩୭ ଜଣ ଚିକିତ୍ସାଧୀନ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ବି ବହୁତ କମ୍‌ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଜାନୁଆରି ୧୧ତାରିଖ ସୁଦ୍ଧା ରାଜ୍ୟରେ ୨୬୪୬୪ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ଏଥିରୁ ୨୫୬୪୧ଜଣ ଗୃହ ସଙ୍ଗରୋଧରେ ଥିଲେ। ମାତ୍ର ୮୨୩ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯାହା ମୋଟ୍‌ ଶଯ୍ୟାର ୩.୧୧%।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୩୦ଜଣ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅଛନ୍ତି। ଏଥିରୁ ସରକାରୀ ହସ୍ପିଟାଲରେ ୨୨ଜଣ ବୟସ୍କ ଥିବାବେଳେ ଜଣେ ଶିଶୁ ଭର୍ତ୍ତି ହୋଇଛନ୍ତି। ବାକି ୭ଜଣ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଆଇସିୟୁରେ ୩୩୭ଜଣ ଥିବାବେଳେ ଏଥିରୁ ଘରୋଇ ହସ୍ପିଟାଲରେ ୧୯ଜଣ ଭର୍ତ୍ତି ହୋଇଛନ୍ତି। ୩୦୮ଜଣ ବୟସ୍କ ଏବଂ ୧୦ଜଣ ଶିଶୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ସାଧାରଣ ଶଯ୍ୟାରେ ୪୮୬ଜଣ ଚିକିତ୍ସିତ ହେଉଥିବାବେଳେ ୬୩ଜଣ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସରକାରୀ ହସ୍ପିଟାଲରେ ୪୧୨ଜଣ ବୟସ୍କ, ୧୧ଜଣ ଶିଶୁ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର