ବୁର୍ଲା: ସମ୍ବଲପୁର ଜିଲ୍ଲା ବୁର୍ଲାର ଭିମସାର(ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ)ରେ ଗତକାଲି କୋଭିଡ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ସେ ଜଣେ ବୃଦ୍ଧ। ତାଙ୍କ ଘର ବଲାଙ୍ଗୀର ଜିଲ୍ଲାର ବୋଲି ଭିମସାରର ଅଧୀକ୍ଷକ ଡାକ୍ତର ଲାଲମୋହନ ନାଏକ ସୂଚନା ଦେଇଛନ୍ତି। ସେ ପ୍ରଥମେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ଭିମସାରରେ କୋଭିଡ ପରିଚାଳନା କେନ୍ଦ୍ର ବନ୍ଦ ହୋଇଥିବା ବେଳେ ପୁଣି ତାକୁ ଖୋଲାଯାଇଛି। ଦୀର୍ଘ ଦିନ ବ୍ୟବଧାନରେ ଜଣେ କୋଭିଡ ଆକ୍ରାନ୍ତ ଭିମସାରରେ ଭର୍ତ୍ତି ହୋଇଥିବା ହେତୁ ଏହା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଏଣେ ଭିସୁଟର ଜଣେ ଛାତ୍ରୀ ବି କୋଭିଡ ଆକ୍ରାନ୍ତ ହୋଇଥିବାର ସୂଚନା ଦେଇଛନ୍ତି ଭିମସାରର ଅଧୀକ୍ଷକ ଡାକ୍ତର ଲାଲମୋହନ ନାଏକ ସୂଚନା ଦେଇଛନ୍ତି। ତେବେ ସେ ହସ୍ପିଟାଲରେ ଭର୍ତ୍ତି ନ ହୋଇ ଆଇସୋଲେସନରେ ଅଛନ୍ତି।
ଦୀର୍ଘ ଦିନ ବ୍ୟବଧାନରେ ଭିମସାରରେ ଜଣେ କୋଭିଡ ଆକ୍ରାନ୍ତ ଭର୍ତ୍ତି
/sambad/media/post_attachments/wp-content/uploads/2021/11/VIMSAR.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)