କଟକ : କଟକ ବଡ଼ ଡାକ୍ତରଖାନାର ସ୍ବତନ୍ତ୍ର କରୋନା ଆଇସୋଲେସନ୍ ୱାର୍ଡରେ ରବିବାର ଜଣେ ଅସହାୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କର ପରିଚୟ ଜଣାପଡ଼ିନି। ମୃତକଙ୍କ ବୟସ ୫୦ ଓ ସେ ଜଣେ ପୁରୁଷ। ଗତକାଲି ଗୁରୁତର ଅବସ୍ଥାରେ ତାଙ୍କୁ କେହି ଜଣେ ଏସ୍ସିବି କାଜୁଆଲିଟିରେ ଆଣି ଛାଡ଼ି ଦେଇଥିଲେ। ଆଣ୍ଟିଜେନ୍ ପରୀକ୍ଷାରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ତୁରନ୍ତ ଏସ୍ସିବି କରୋନା ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ଆଜିର ମୃତ୍ୟୁକୁ ମିଶାଇ ଏସ୍ସିବି ଆଇସୋଲେସନ୍ ୱାର୍ଡରେ ମୃତ୍ୟୁ ସଂଖ୍ୟା ୯୦ ଟପିଲାଣି।
ଏସ୍ସିବି ଆଇସୋଲେସନ୍ ୱାର୍ଡରେ କରୋନା ସଂକ୍ରମିତ ମୃତ
/sambad/media/post_attachments/wp-content/uploads/2020/06/scb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)