ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ପାର୍‌, ପୁଣି ୧୦ ମୁଣ୍ଡ ନେଲା କରୋନା

୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୧୩୭୬ ନୂଆ ପଜିଟିଭ
ସୁସ୍ଥ ହେଲେ ଆଉ ୮୬୪

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୧୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୯୧୭ ଜଣ ଥିଲା ବେଳେ ୪୫୯ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ରେ ପହଞ୍ଚିଛି। ଅପରପକ୍ଷରେ ଆଜି ୮୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୪୨୨ ରହିଛି।

ଲଗାତର ଦୁଇ ଦିନ ଧରି କରୋନା ମୁହଁରେ ୧୦ ଲେଖାଏଁ ଜୀବନ ଚାଲିଯାଉଛି। ଗତକାଲି ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଗଞ୍ଜାମରେ ସର୍ବାଧିକ ୬ ଜଣ ଥିଲାବେଳେ ଖୋର୍ଦ୍ଧାରେ ୨, ଗଜପତି ଓ ସୁନ୍ଦରଗଡରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି।

Childrens Choice Therapy

ଆଜି ଚିହ୍ନଟ ହୋଇଥିବା ୧୩୭୬ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪୮୪ ଜଣ ଅଛନ୍ତି। ଏହା ବାଦ୍ ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩, ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦, ବାଲେଶ୍ବରରୁ ୨୯, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗୀରରୁ ୧୯, ସମ୍ବଲପୁରରୁ ୧୭, ମାଲକାନଗିରି ଓ ଢେଙ୍କାନାଳରୁ ୧୫ ଲେଖାଏଁ, କନ୍ଧମାଳରୁ ୧୨, କଳାହାଣ୍ଡି, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଦେବଗଡ଼ରୁ ୧୧ ଲେଖାଏଁ, ଭଦ୍ରକରୁ ୧୦, ବୌଦ୍ଧ ଓ ଯାଜପୁରରୁ ୮ ଲେଖାଏଁ, ବରଗଡ଼ ଓ କୋରାପୁଟରୁ ୭ ଲେଖାଏଁ, ଝାରସୁଗୁଡାରୁ ୬, ଅନୁଗୁଳ ଓ ସୋନପୁରରୁ ୫ ଲେଖାଏଁ, ନୂଆପଡ଼ାରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ଭିତରେ ୮୬୪ ଜଣ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୪୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ରାୟଗଡ଼ାରେ ୧୩୭, ବରଗଡ଼ରେ ୩୧, ଖୋର୍ଦ୍ଧାରେ ୨୮, କଟକ ଓ କେନ୍ଦୁଝରରେ ୨୬ ଲେଖାଏ, ଭଦ୍ରକରେ ୨୩, ମୟୂରଭଞ୍ଜରେ ୨୨, ଯାଜପୁରରେ ୧୯, କନ୍ଧମାଳରେ ୧୫, ଗଜପତି ଓ ସମ୍ବଲପୁରରେ ୧୪ ଲେଖାଏଁ, ଜଗତସିଂହପୁରରେ ୧୨, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ୧୦ ଲେଖାଏଁ ନୟାଗଡ଼ରେ ୭, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ମାଲକାନଗିରିରେ ୬ ଲେଖାଏଁ, ଝାରସୁଗୁଡ଼ା ଓ କୋ‌ରାପୁଟରୁ ୫ ଲେଖାଏଁ, ବଲାଙ୍ଗୀରରୁ ୪, ପୁରୀରେ ୩, ବୌଦ୍ଧରେ ୨ ଓ ସୋନପୁରରେ ଜଣେ ସୁସ୍ଥ ହୋଇଛନ୍ତି। ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୧୬୭୯୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର