ପୁରୀରେ ୧୦ହଜାର ଟପିଲା ସଂକ୍ରମଣ

ରାଜ୍ୟରେ ଦିନକରେ ୩୪୪୩ ପଜିଟିଭ୍, ୧୪ ମୃତ, ସୁସ୍ଥ ହେଲେ ଆଉ ୪୨୧୯ ରୋଗୀ

ଭୁବନେଶ୍ୱର : ପୁରୀରେ କରୋନା ସଂକ୍ରମଣ ୧୦ହଜାର ସଂଖ୍ୟା ଅତିକ୍ରମ କରିଛି। ଗତ ୨୪ଘଣ୍ଟାରେ ପୁରୀରେ ୧୩୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୧୪ରେ ପହଞ୍ଚିଛି। ରାଜ୍ୟ ତାଲିକାରେ ପୁରୀ ଏବେ ଚତୁର୍ଥ ସ୍ଥାନରେ ରହିଛି। ଖୋର୍ଧା, କଟକକୁ ବାଦ୍ ଦେଲେ ପୁରୀ ଏବେ ରାଜ୍ୟର ଅନ୍ୟତମ ହଟସ୍ପଟ୍ ଜିଲ୍ଲା ପାଲଟିଛି। ବିଶେଷକରି ଚଳିତମାସ ଆରମ୍ଭରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ପୁରୀରୁ। କେବଳ ସଂକ୍ରମଣ ନୁହେଁ, ଚଳିତମାସରେ ୪୧ଜଣ ରୋଗୀ ପୁରୀ ଜିଲ୍ଲାରେ କରୋନାରେ ସରକାରୀ ଭାବେ ପ୍ରାଣ ହରାଇଛନ୍ତି।

ରାଜ୍ୟରେ ଏବେ କରୋନା ମିଟର ୩ ହଜାରରେ ସମୀତ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୦,୧୪୭ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେ‌ଳେ ଏଥିରେ ୩୪୪୩ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୧୩ଟି ଜିଲ୍ଲା ଶହେ ସଂଖ୍ୟାକୁ ଅତିକ୍ରମ କରିଛନ୍ତି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମଣ ୨ଲକ୍ଷ ୧୯ହଜାର ୧୧୯ରେ ପହଞ୍ଚିଛି। ତେବେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବେଶ୍‌ ଭଲ ରହିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ଦିନିକିଆ କରୋନା ସଂକ୍ରମଣ ୪ହଜାର ତଳକୁ ଖସିଥିଲେ ହେଁ, ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ୧୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ଏଥିରେ ନୟାଗଡ଼ ଓ ଖୋର୍ଧାରୁ ୩ଜଣ ଲେଖାଏଁ, ପୁରୀରୁ ୨, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, କଟକ, କଳାହାଣ୍ଡି, କନ୍ଧମାଳରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୨ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୨୦ଜଣ ପ୍ରାଣ ହରାଇଛନ୍ତି। ଏହା ପଛରେ ଖୋର୍ଧାରୁ ୧୩୪, ପୁରୀ ୫୬, ସୁନ୍ଦରଗଡ଼ ୪୦, ରାୟଗଡ଼ା ୩୭, ବାଲେଶ୍ବର ୨୮, ଗଜପତି, ବଲାଙ୍ଗୀର, କନ୍ଧମାଳ, ନୟାଗଡ଼ାରୁ ୨୩ ଲେଖାଏଁ, ସମ୍ବଲପୁର ୨୨ଜଣ ଏ ପର୍ଯ୍ୟନ୍ତ ପ୍ରାଣ ହରାଇ ସାରିଲେଣି। ଖୋର୍ଧାରେ ସଂକ୍ରମଣ ୫ଶହ ତଳକୁ ଖସୁନାହିଁ। ୨୪ଘଣ୍ଟାରେ ଜିଲ୍ଲାରୁ ୬୦୧ଜଣ ରୋଗୀ ବାହାରିଛନ୍ତି। କଟକ ୩୫୯, ଷ୍ଟେଟ୍‌ ପୁଲ ୧୫୪, ବାଲେଶ୍ବର ୧୫୨, ମୟୂରଭଞ୍ଜ ୧୪୧, ସମ୍ବଲପୁର ୧୩୧, ଯାଜପୁର ୧୩୦, ବଲାଙ୍ଗୀର ୧୧୪, ବରଗଡ଼ ୧୧୧, କନ୍ଧମାଳ ୧୦୩, କେନ୍ଦ୍ରାପଡ଼ା ୧୦୧, ଅନୁଗୁଳ ୧୦୦, କେନ୍ଦୁଝର ୯୭, ଭଦ୍ରକ ୯୫, ସୋନପୁର ୯୪, ନବରଙ୍ଗପୁର ୮୯, ନୟାଗଡ଼ ୮୮, ନୂଆପଡ଼ା ୮୭, ସୁନ୍ଦରଗଡ଼ ୮୧, ଝାରସୁଗୁଡ଼ା ୭୭, ଜଗତସିଂହପୁର ୭୮, କନ୍ଧମାଳ ୭୬, ଗଞ୍ଜାମ ୫୪, କୋରାପୁଟ ୫୨, ଢେଙ୍କାନଳ ୪୭, ରାୟଗଡ଼ା ଓ ମାଲକାନଗିରିରୁ ୨୯ ଲେଖାଏଁ, ଗଜପତି ୧୮, ଦେବଗଡ଼ ୧୩ ଓ ବୌଦ୍ଧରୁ ୧୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୭ ସଙ୍ଗରୋଧରୁ ଓ ୧୪୨୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। କେବଳ ଦେବଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ସଂଖ୍ୟା ଉପରେ ରହିଛି।

ରାଜ୍ୟରେ ଆଜି ଆଉ ୪୨୧୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୮୫ହଜାର ୭ଶହରେ ପହଞ୍ଚିଛି। ଖୋର୍ଧାରୁ ଆଜି ସର୍ବାଧିକ ୬୨୮ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୪୯୪, ପୁରୀ ୨୬୪, ଝାରସୁଗୁଡ଼ା ୨୩୨, ଅନୁଗୁଳ ୨୦୯, ଜଗତସିଂହପୁର ୧୬୩, କେନ୍ଦ୍ରାପଡ଼ା ୧୬୧, ମୟୂରଭଞ୍ଜ ୧୫୩, ରାୟଗଡ଼ା ୧୩୨, ଯାଜପୁର ୧୨୯, ବଲାଙ୍ଗୀର ୧୨୯, ବାଲେଶ୍ବର ୧୧୯, ଭଦ୍ରକ ୧୧୪, ସମ୍ବଲପୁର ୧୧୩, ବରଗଡ଼ ୧୧୨, କନ୍ଧମାଳ ୮୭, ଢେଙ୍କାନାଳ ୮୫, କେନ୍ଦୁଝର ୮୩, ସୋନପୁର ୭୯, ନବରଙ୍ଗପୁର ୭୫, କୋରାପୁଟ ୭୨, ଗଞ୍ଜାମ ୬୧, ନୂଆପଡ଼ା ୬୦, ମାଲକାନଗିରି ୫୬, ସୁନ୍ଦରଗଡ଼ ୫୫, ନୟାଗଡ଼ ୫୪, ବୌଦ୍ଧ ୪୯, ଗଜପତି ୩୯, କଳାହାଣ୍ଡି ୩୫, ଦେବଗଡ଼ ୨୧ ଓ ଷ୍ଟେଟ୍‌ ପୁଲରୁ ୧୬୨ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର