ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କଠାରୁ ସୁସ୍ଥ ଆଗୁଆ, ୩ହଜାର ଟପିଲା ସୁସ୍ଥ ସଂଖ୍ୟା

୧୪୨ ନୂଆ ଆକ୍ରାନ୍ତ, ୨୦୨ ସୁସ୍ଥ, ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୭୬୧କୁ ବୃଦ୍ଧି

ବାରିପଦା : ମାସର ଷଷ୍ଠ ଦିନରେ ଜିଲ୍ଲା ପାଇଁ ସାମାନ୍ୟ ଆଶ୍ୱସ୍ତିର ଖବର ଆସିଛି। ଆଜି ଜିଲ୍ଲାରେ ୧୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୦୨ ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ଏହା ଉତ୍ସାହଜନକ ରହିଛି। ଆଜି ମାତ୍ର ୪ଜଣ କ୍ୱାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୮ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ହଜାର ୭୬୧ରେ ପହଞ୍ଚିଛି । ଆଜି ବଡ଼ସାହି, ବହଳଦା, ବାରିପଦା ପୌରାଞ୍ଚଳ, ବେତନଟୀ, କରଞ୍ଜିଆ ଏବଂ ଠାକୁରମୁଣ୍ଡାରେ ସଂକ୍ରମଣ ଦୁଇ ଅଙ୍କରେ ରହିଥିବା ଜଣାପଡ଼ିଛି। ଆଜି ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୩ହଜାର ଟପିଛି। ମୋଟ ସୁସ୍ଥସଂଖ୍ୟା ୩ହଜାର ୪୧ରେ ପହଞ୍ଚିଛି। ସେହିପରି ସକ୍ରିୟଙ୍କ ସଂଖ୍ୟା ୧୭୧୨କୁ ଖସିଛି। ଜିଲ୍ଲାରେ ୮ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବାରିପଦାରୁ ୧୭ ଆକ୍ରାନ୍ତ, ଚିନ୍ତାରେ ସରକାରୀ କାର୍ଯ୍ୟାଳୟ
ବାରିପଦା : ଆଜି ବାରିପଦା ପୌରପରିଷଦରୁ ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଆଜି ମୋଟ ୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାତ୍ର ଜିଲ୍ଲା ସଦରମହକୁମାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ଆକ୍ରାନ୍ତ ହେଉଥିବାରୁ ଏହା ଚିନ୍ତା ବଢ଼େଇଛି। ଡିଆରଡିଏ କାର୍ଯ୍ୟାଳୟ, ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ, ୫ମ ବାଟାଲିୟନ୍, ପିଆରଏମ୍ ହସ୍ପିଟାଲ ଆଦିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଆଶଙ୍କା ବଢ଼ାଇଛି। ଆଜି ପୌରପରିଷଦର ବିଭିନ୍ନ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର