ଆଜି ବି ରାଜ୍ୟରେ ୧୦ ହଜାରରୁ ଅଧିକ ସଂକ୍ରମିତ: ୧୦୨୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ-କିଶୋର

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୮୭ ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୮୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୨୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୬୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୨୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୮୭ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

financial express

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୦୪ଜଣ, ବାଲେଶ୍ୱରରୁ ୩୨୬ ଜଣ, ବରଗଡ଼ରୁ ୧୪୫ ଜଣ, ଭଦ୍ରକରୁ ୧୦୧ ଜଣ, ବଲାଙ୍ଗୀରରୁ ୨୫୯ ଜଣ, ବୌଦ୍ଧ ଜିଲ୍ଲାରୁ ୩୮, କଟକରୁ ୯୦୯ ଜଣ, ଦେବଗଡ଼ରୁ ୨୪ ଜଣ, ଢେଙ୍କାନାଳରୁ ୬୯ ଜଣ, ଗଜପତିରୁ ୧୩୫, ଗଞ୍ଜାମରୁ ୧୩୯ଜଣ, ଜଗତସିଂହପୁରରୁ ୨୨୨ ଜଣ, ଯାଜପୁରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୨୧୧ ଜଣ, କଳାହାଣ୍ଡିରୁ ୧୪୪ ଜଣ, କନ୍ଧମାଳରୁ ୪୨ ଜଣ, କେନ୍ଦ୍ରାପଡ଼ାରୁ ୭୫ ଜଣ, କେଉଁଝରରୁ ୮୪ ଜଣ, ଖୋର୍ଦ୍ଧାରୁ ୩୦୮୭ ଜଣ, କୋରାପୁଟରୁ ୧୬୫ ଜଣ, ମାଲକାନଗିରିରୁ ୫୪ ଜଣ, ମୟୁରଭଞ୍ଜରୁ ୩୭୬ ଜଣ, ନବରଙ୍ଗପୁରରୁ ୧୦୬, ନୟାଗଡ଼ରୁ ୧୪୫ ଜଣ, ନୂଆପଡ଼ାରୁ ୭୫ ଜଣ, ପୁରୀରୁ ୧୯୮ ଜଣ, ରାୟଗଡ଼ାରୁ ୧୫୬ ଜଣ, ସମ୍ୱଲପୁରରୁ ୫୦୦ ଜଣ, ସୋନପୁରରୁ ୧୦୨, ସୁନ୍ଦରଗଡ଼ରୁ ୧୯୪୩ ଜଣ ଓ ଷ୍ଟେଟ ପୁଲରୁ ୭୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୨୨,୭୩୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୫୨,୩୯୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୧, ୮୦୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ସୂଚନାଯୋଗ୍ୟ, ଗତକାଲି ୧୦,୨୭୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଜାନୁଆରି ୧୩ରେ ୧୦,୦୫୯ ଜଣ  ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ଜାନୁଆରି ମାସର ୧୪ ଦିନରେ  ୫୭୦୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

ସମ୍ବନ୍ଧିତ ଖବର