ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ପାଇଁ କୋଭିଡ୍ କଟକଣାରେ ସାମାନ୍ୟ କୋହଳ କରାଯାଇଛି। ବାତ୍ୟା ପାଇଁ ରିଲିଫ୍, ପୁନରୁଦ୍ଧାର, ପୁନଃନିର୍ମାଣ ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୌଣସି ବ୍ୟକ୍ତି ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିଲେ, ତାଙ୍କୁ ଆର୍ଟି-ପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ବା କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ଦେଖାଇବା ଆବଶ୍ୟକ ନାହିଁ। ତେବେ ବାତ୍ୟା ସଂକ୍ରାନ୍ତୀୟ କାର୍ଯ୍ୟରେ ଆସିଛନ୍ତି ବୋଲି ତାଙ୍କ ପାଖରେ ଆବଶ୍ୟକ ନିର୍ଦ୍ଦେଶପତ୍ର ଥିବା ଆବଶ୍ୟକ। ରାଜ୍ୟ ଭିତରେ ଯା'ଆସ କଲା ବେଳେ ତାହାକୁ ସେ ପାଖରେ ରଖିବେ। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି।
ବାତ୍ୟା କାମରେ କୋଭିଡ୍ ରିପୋର୍ଟ ଦରକାର ନାହିଁ
/sambad/media/post_attachments/wp-content/uploads/2021/05/covid-test-report.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)