ବାରିପଦା ପୌରପରିଷଦରେ ସେପ୍ଟେମ୍ବର ବିସ୍ଫୋରଣ : ଚଳିତ ମାସରେ ହେଲେଣି ୬୯୭ ସଂକ୍ରମିତ, ସାମାଜିକ ଦୂରତା ନିୟମକୁ ଫୁଃ, ମାନୁନାହାନ୍ତି ଅମାନିଆ

ବାରିପଦା : ବାରିପଦା ପୌରାଞ୍ଚଳରେ ସେପ୍ଟେମ୍ବର ମାସରେ କରୋନା ମିଟର ଶୀର୍ଷରେ ରହିଛି। ସତେ ଯେପରି ସେପ୍ଟେମ୍ବର ମାସରେ କରୋନା ବିସ୍ଫୋରଣ ଘଟିଛି। ଆଜିସୁଦ୍ଧା କେବଳ ବାରିପଦାରେ ପୌରାଞ୍ଚଳରେ ୬୯୭ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ଏପରିସ୍ଥଳେ ମଧ୍ୟ ପୌରପରିଷଦରେ ଦୋକାନ ବଜାରରେ ସାମାଜିକ ଦୂରତା କଟକଣାକୁ ଅଧିକାଂଶ ମାନୁନଥିବା ପରିଲକ୍ଷିତ ହୋଇଛି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ସାମାଜିକ ଦୂରତା କଟକଣାକୁ ସମ୍ପୂର୍ଣ୍ଣ ପାଳନ କରୁନଥିବା ଦେଖାଯାଉଛି। ପ୍ରଶାସନ ମଧ୍ୟ ଧର୍ମକୁ ଆଖିଠାର ଭଳି ସମୟ ସମୟରେ କେତେକ ଦୋକାନକୁ ସିଲ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ଅଣ୍ଡରଟେକିଂ ଲେଖାଇ ନେଇ ପୁଣି ଦୋକାନ ଖୋଲିବାକୁ ଅନୁମତି ଦେଉଛନ୍ତି ।

ସହରରେ ପଜିଟିଭ୍ ସଂଖ୍ୟା ଲଗାମଛଡ଼ା ହେବାକୁ ନେଇ ସହରବାସୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏଠାରେ କରୋନା କଟକଣାକୁ ଉଂଲଘନ କରୁଥିବା ବ୍ୟକ୍ତି ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ମଧ୍ୟ ମାସ୍କ ନପିନ୍ଧି ଶତାଧିକ ଅମାନିଆ ଜରିମାନ ଦେଉଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଯାହା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର