କୋଭିଡ୍ ନିୟମ କଡ଼ାକଡ଼ି : ୫ ଦିନରେ ଜରିମାନା କୋଟିଏ

୬ ଦିନରେ ୭୧ ଗିରଫ, ୪ ହଜାର ଗାଡ଼ି ଜବତ

ଭୁବନେଶ୍ବର : ବିଭିନ୍ନ ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଓଡ଼ିଶାରେ କଡ଼ା ପଦକ୍ଷେପ ନିଆଯାଇଛି। କୋଭିଡ୍ ଆଇନକୁ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। କୋଭିଡ୍ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡ଼ିଶା ପୁଲିସ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବିଭିନ୍ନ ଜିଲ୍ଲା ପୁଲିସ୍‌ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ୫ଦିନ ଭିତରେ ଜରିମାନା କୋଟିଏ ଟଙ୍କା ପାର୍‌ ହୋଇଯାଇଛି। ସେହିପରି ୬ଦିନ ଭିତରେ ୭୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୪ ହଜାରରୁ ଅଧିକ ଗାଡ଼ି ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ୯ ତାରିଖ ସକାଳୁ ୧୦ ତାରିଖ ସକାଳ ପର୍ଯ୍ୟନ୍ତ କୋଭିଡ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ୧୩ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୭୬୫ଟି ଗାଡ଼ି ଜବତ କରାଯାଇଥିବା ବେଳେ ୨୨ ଲକ୍ଷ ୩୦ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୦ ତାରିଖରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୮ଜଣ ଗିରଫ ହୋଇଥିବା ବେଳେ ୭୧୨ ଗାଡ଼ି ଜବତ କରାଯାଇଛି। ଉଲ୍ଲଂଘନକାରୀଙ୍କଠାରୁ ୨୦ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଆଦାୟ କରାଯାଇଛି। ୧୧ ତାରିଖରୁ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ, ୩୫୭ ଗାଡ଼ି ଜବତ ଓ ୧୪ ଲକ୍ଷ ୧୦ ହଜାର ୪ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୨ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୭୦୯ ଗାଡ଼ି ଜବତ ଓ ୨୧ ଲକ୍ଷ ୬୦ ହଜାର ୬୫୦ ଟଙ୍କା ଜବତ କରାଯାଇଛି। ୧୩ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୭ ଜଣ ଗିରଫ, ୭୨୮ ଗାଡ଼ି ଜବତ ଓ ୨୧ ଲକ୍ଷ ୬୧ ହଜାର ଶହେ ଟଙ୍କା ଜରିମାନା ଆଦାୟ ହୋଇଛି। ୧୪ ତାରିଖରୁ ୧୫ ତାରିଖ ସକାଳ ପର୍ଯ୍ୟନ୍ତ ୧୭ ଜଣ ଗିରଫ, ୮୨୩ ଗାଡ଼ି ଜବତ ଓ ୨୨ ଲକ୍ଷ ୮୫ ହଜାର ୨୫୦ ଟଙ୍କା ଜରିମାନା ଆଦାୟ ହୋଇଛି।

ଗତ ୬ ଦିନ ଭିତରେ ୧କୋଟି ୨୩ ଲକ୍ଷ ୧୦ ହଜାର ୩ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ୭୧ଜଣଙ୍କୁ ଗିରଫ ଏବଂ ୪୦୯୪ ଗାଡ଼ି ଜବତ କରାଯାଇଛି। କରୋନା ଏବେ ବି ରହିଛି। ସତର୍କ ଓ ସୁରକ୍ଷିତ ରହିବା ସହ ଜାରି କରାଯାଇଥିବା ନିୟମ ପାଳନ କରିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର