ଭୋଟ ଗଣତି କେନ୍ଦ୍ର ପାଇଁ କୋଭିଡ୍ ନିୟମ : ଦୁଇଟି ଟିକା ନେଇଥିଲେ ଓ ୪୮ ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିଲେ ପ୍ରବେଶ ଅନୁମତି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଗଣତି ଆରମ୍ଭ ହେବ । ଏଥିପାଇଁ ରାଜ ନିର୍ବାଚନ କମିଶନ କୋଭିଡ୍ କଟକଣା ଜାରି କରିଛନ୍ତି । ଏନେଇ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦିଆଯାଇଛି ।

ଏହି ନିର୍ଦ୍ଦେଶ ଅନୁସାରେ ଭୋଟ ଗଣନା କେନ୍ଦ୍ରରେ ପ୍ରବେଶ କରୁଥିବା ଲୋକମାନଙ୍କର ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର କିମ୍ବା ଆଣ୍ଟିଜେନ ଟେଷ୍ଟ ହୋଇଥିବ । ପୂର୍ବରୁ ଦୁଇଟି ଟିକା ନେଇଥିଲେ ବି ଏହି ଟେଷ୍ଟ କରାଯିବ ।

ସେହିପରି ଗଣନା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ସବୁ ଲୋକଙ୍କର ଥର୍ମାଲ ଟେଷ୍ଟ ବା ତାପମାତ୍ରା ଯାଞ୍ଚ କରାଯିବ । କେବଳ ଦୁଇଟି ଟିକା ନେଇଥିବା ଲୋକମାନଙ୍କୁ ହିଁ ଭୋଟ ଗଣନା କେନ୍ଦ୍ରରେ ପ୍ରବେଶ ଅନୁମତି ମିଳିବ । ଯେଉଁମାନଙ୍କର ଜ୍ବର, ଥଣ୍ଡା, କାଶ ଆଜି କୋଭିଡ୍ ଲକ୍ଷଣ ଥିବ ସେମାନଙ୍କୁ ଭୋଟ ଗଣନା କେନ୍ଦ୍ରକୁ ଛଡ଼ାଯିବ ନାହିଁ ।

ଏହି ନିର୍ଦ୍ଦେଶ ଅନୁସାରେ ଗଣତି ଦିନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର