ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନଙ୍କ ଲାଗି ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ବାଧ୍ୟତାମୂଳକ

ଭୁବନେଶ୍ୱର: ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନେ ନିଶ୍ଚିତ ଭାବରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ ବୋଲି ଭୁବନେଶ୍ୱର ରେଳଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ କହିଛନ୍ତି।

ସେ କହିଛନ୍ତି, ଦେଶର ଯେକୌଣସି ସ୍ଥାନରୁ ଓଡ଼ିଶା ଆସୁଥିବା ଯାତ୍ରୀ, ଯେଉଁମାନେ ୧୦ ଏପ୍ରିଲ, ଅର୍ଥାତ୍ ଆଜି  ଠାରୁ ଯାତ୍ରା ଆରମ୍ଭ କରୁଥିବେ ସେମାନେ ଯାତ୍ରା କରିବା ପୂର୍ବରୁ ସର୍ବାଧିକ ୭୨ଘଣ୍ଟା ମଧ୍ୟରେ ହୋଇଥିବା ଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡ ଟିକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ। ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର/ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡ଼ିବ।

ଓଡ଼ିଶାର କେତେକ ସ୍ଥାନରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାର ବୃଦ୍ଧି ଉପରେ ରୋକ ଲଗାଇବା ଏବଂ ବାହ୍ୟରାଜ୍ୟରୁ ଆସୁଥିବା ଲୋକମାନଙ୍କ ଯୋଗୁଁ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରତିକୂଳ ପ୍ରଭାବକୁ ରୋକିବା ପାଇଁ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ଉପରେ ଏହି ପ୍ରତିବନ୍ଧକ ଲଗାଇବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। କିନ୍ତୁ ଆଜି ରେଳ ଷ୍ଟେସନରେ ସେମିତି କିଛି ହେଉନାହିଁ । ଅନ୍ୟ ପଟେ ରେଳଷ୍ଟେସନରେ ୨ଜଣ ପଜିଟିଭ ବାହାରିଛନ୍ତି। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଟେଷ୍ଟ କରିବା ସମ୍ଭବ ହେଉନାହିଁ। ଯୁବକ ଓ ବୟସ୍କ ଓ କିଛି ସିଷ୍ଟମ ଥିଲେ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି ରେଳଷ୍ଟେସନ ନିର୍ଦେଶକ।

ସମ୍ବନ୍ଧିତ ଖବର