କୋଭିଡ ନିୟମ ଉଲ୍ଲଂଘନ; ଦୁଇ ହୋଟେଲ ସିଲ୍

କେନ୍ଦୁଝର : କରୋନା କଟକଣାକୁ ଫୁ କରି କେନ୍ଦୁଝର ସରକାରୀ ବସଷ୍ଟାଣ୍ଡରେ ଥିବା ଦୁଇଟି ହୋଟେ‌ଲ ଗ୍ରାହକଙ୍କୁ ସେବା ଯୋଗାଉଥିବା ବେଳେ ପ୍ରଶାସନ ଚଢ଼ଉ କରି ସିଲ୍ କରିିଦେଇଛି। ଏଥିସହିତ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି।

କେନ୍ଦୁଝର ସହରରେ ଉଦବେଗଜନକ ଭାବେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି । ମାସ୍କ ଚେକିଂ, ଜନଗହଳି ନକରିବା ମାଇକ୍ରୋ କଣ୍ଟେନମେଣ୍ଟ ଏବଂ ଅନ୍ୟାନ୍ୟ ପଦକ୍ଷେପ ନେଇଛି । ହେଲେ କେତେକ ଅମାନିଆ ଏହି ମହାମାରୀ ସମୟରେ କଟକଣାକୁ ମାନୁ ନାହାଁନ୍ତି। କେନ୍ଦୁଝର ସରକାରୀ ବସଷ୍ଟାଣ୍ଡରେ ଥିବା ହୋଟେଲ ରଶ୍ମି ଏବଂ ହୋଟେଲ ସ୍ବସ୍ତିକୁ କୋଭିଡ -୧୯ ନିୟମ ଉଲ୍ଲଂଘନ କରି ହୋଟେଲରେ ଲୋକଙ୍କୁ ବସାଇ ଖାଇବାକୁ ଦେଉଥିଲେ । ‌ଖବର ପାଇ ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍ତୁ, ତହସିଲଦାର ଆଶିଷ ମହାପାତ୍ର ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସାମନ୍ତରାୟ ପୁଲିସ ସହିତ ସେଠାରେ ପହଞ୍ଚି ସଂପୃକ୍ତ ହୋଟେଲ ଦୁଇଟିକୁ ସିଲ କରିଦେଇଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି ।

ସମ୍ବନ୍ଧିତ ଖବର