ରାଜ୍ୟରେ ଦିନକୁ ନମୁନା ପରୀକ୍ଷା ୫୦ ହଜାର ଟପିଲା

୨ ଦିନରେ ୫୪୨୦ ପଜିଟିଭ୍, ସୁସ୍ଥ ହେଲେ ଆଉ ୩୦୭୧, ୨ ଦିନରେ ୧୯ ମୃତ

ଭୁବନେଶ୍ୱର : ମାର୍ଚ ୧୫ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାର ଠିକ୍ ୫ମାସ ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ପାର୍ କରିଛି। ଗତ ୨ଦିନ ଧରି ରାଜ୍ୟରେ ୨ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଗତ ୧୪ତାରିଖରେ ୨୪୯୬ ଓ ୧୫ତାରିଖର ୨୯୨୪କୁ ମିଶାଇ ଦୁଇ ଦିନରେ ୫୪୨୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏପରିକି ଗୋଟିଏ ଦିନରେ ଏକାଧିକ ଜିଲ୍ଲାରୁ ଶହେରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶେଷକରି ଖୋର୍ଧା ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ବିଗିଡ଼ିବାକୁ ବସିଲାଣି। ଯଦି ଏହିଭଳି ଧାରା ବଜାୟ ରହେ ତା’ହାଲେ ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧ଲକ୍ଷ ନିକଟତର ହେବା ନେଇ ଆଶଙ୍କା ସୃଷ୍ଟି ହେଲାଣି।

ଗତ ଦୁଇ ଦିନରେ ରାଜ୍ୟରେ ୧୯ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪୩ରେ ପହଞ୍ଚିଛି। ଯଦି ୫୩ଜଣ ଅଣ କୋଭିଡ୍‌ ମୃତ୍ୟୁକୁ ହିସାବକୁ ନିଆଯାଏ ତାହାଲେ ସମୁଦାୟ ମୃତ୍ୟୁ ସଂଖ୍ୟା ୩୯୬ ଛୁଇଁବ। ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨ହଜାର ୭୯୫ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଯାହାକି ଏ ପର୍ଯ୍ୟନ୍ତ ରେକର୍ଡ। ଏଥିରେ ୧୦୨୪୦ ଆରଟି-ପିସିଆର ଓ ୪୨୪୧୪ ରାପିଡ୍‌ ଆଣ୍ଟିଜେନ୍ ପରୀକ୍ଷା ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଲକ୍ଷ ୮ହଜାର ୫୦୮ ନମୁନା ପରୀକ୍ଷା ହୋଇସାରିଲାଣି। ଆଜି କରୋନାରେ ୧୦ ଜଣ ରୋଗୀ ପ୍ରଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଲେଖାଏଁ ଗଞ୍ଜାମ ଓ ଭୁବନେଶ୍ବରରୁ ରହିଛନ୍ତି। ଭଦ୍ରକର ୭୧ବର୍ଷର ପୁରୁଷ, ଭୁବନେଶ୍ବରର ୩୨ବର୍ଷର ଯୁବତୀ, ବଲାଙ୍ଗୀର ୬୨ବର୍ଷର ପୁରୁଷ, କଟକ ୬୦ବର୍ଷର ପୁରୁଷ, ଝାରସୁଗୁଡ଼ାର ୬୦ବର୍ଷର ପୁରୁଷ, କନ୍ଧମାଳର ୫୯ବର୍ଷର ପୁରୁଷ ଓ ସୋନପୁରର ୪୫ବର୍ଷର ପୁରୁଷ ବିଭିନ୍ନ ଜଟିଳ ରୋଗ ଥାଇ କରୋନାର ଶିକାର ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧୫୪, ଖୋର୍ଧା ୪୪, ସୁନ୍ଦରଗଡ଼ ୨୧, କଟକ ୧୭, ଗଜପତି ୧୬, ରାୟଗଡ଼ା ୧୪କୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଏକ ଅଙ୍କରେ ରହିଛି। ରାଜ୍ୟର ୨୭ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇ ସାରିଲାଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୯୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦ଟି ଜିଲ୍ଲାରୁ ଶତାଧିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧାରୁ ସର୍ବାଧିକ ୪୮୮ ଥିବା ବେଳେ ଗଞ୍ଜାମରୁ ୩୧୮ ରହିଛନ୍ତି। ଏହାବାଦ୍ ଯାଜପୁର ୨ଶହ, କଟକ ୧୮୯, ସୁନ୍ଦରଗଡ଼ ୧୬୧, ପୁରୀ ୧୪୪, ନୟାଗଡ଼ ୧୪୨, ମୟୂରଭଞ୍ଜ ୧୩୬, ବାଲେଶ୍ବର ୧୨୭, ରାୟଗଡ଼ା ୧୧୬, ଭଦ୍ରକ ୧୦୭, କୋରାପୁଟ ୯୫, ମାଲକାନାଗରି ୯୩, ଗଜପତି ୭୧, କେନ୍ଦ୍ରାପଡ଼ା ୬୦, କନ୍ଧମାଳ ୫୦, ବରଗଡ଼ ୪୮, ଜଗତସିଂହପୁର ୪୭, ବରଗଡ଼ ୪୦, ସୋନପୁର ୩୮, ଅନୁଗୁଳ ଓ ସମ୍ବଲପୁର ୩୭ ଲେଖାଏଁ, କଳାହାଣ୍ଡି ଓ ବଲାଙ୍ଗୀର ୨୭ ଲେଖାଏଁ, ନବରଙ୍ଗପୁର ଓ କେନ୍ଦୁଝର ୨୬ ଲେଖାଏଁ, ନୂଆପଡ଼ା ୨୦, ଦେବଗଡ଼ ୧୬ ଓ ବୌଦ୍ଧରୁ ୮ଜଣ ଚିହ୍ନଟ ହୋଇଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧୫ ସଙ୍ଗରୋଧରୁ ଓ ୧୧୦୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦୫୦ରେ ପହଞ୍ଚିଛି। ରାଜ୍ୟର ୧୮ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ ହଜାରରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସର୍ବାଧିକ ୧୪୭୬୭ ଗଞ୍ଜାମରୁ ରହିଛନ୍ତି। ଖୋର୍ଧାରୁ ୮୬୫୦, କଟକ ୩୯୩୬, ସୁନ୍ଦରଗଡ଼ ୩୧୨୨, ଗଜପତି ୨୩୫୧, ରାୟଗଡ଼ା ୨୦୬୬, ଯାଜପୁର ୨୦୪୨, ବାଲେଶ୍ବର ୧୯୭୬, କୋରାପୁଟ ୧୮୦୮, ପୁରୀ ୧୭୯୨, ଭଦ୍ରକ ୧୫୦୯, ନୟାଗଡ଼ ୧୪୮୦, ସମ୍ବଲପୁର ୧୪୪୬, କନ୍ଧମାଳ ୧୩୪୯, ମୟୂରଭଞ୍ଜ ୧୩୧୩, ମାଲକାନଗିରି ୧୨୪୯, କେନ୍ଦୁଝର ୧୧୯୭, ଜଗତସିଂହପୁର ୧୦୭୧ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ତାଲିକାରେ ରହିଛନ୍ତି। ଗତକାଲି ରାଜ୍ୟରେ ୧୫୨୧ କରୋନା ରୋଗୀ ସୁସ୍ଥ ହୋଇଥିଲେ।

ରାଜ୍ୟରେ ଆଜି ୧୫୫୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗତକାଲିର ୧୫୨୧ ଓ ଆଜିର ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ଦୁଇ ଦିନରେ ୩୦୭୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁସ୍ଥ ରୋଗୀଙ୍କ ମଧ୍ୟରେ ଗଞ୍ଜାମର ୩୫୫, ଖୋର୍ଧା ୨୪୧, ସୁନ୍ଦରଗଡ଼୧୧୮, କଟକ ୯୯, ସମ୍ବଲପୁର ୮୯, ଢେଙ୍କାନାଳ ୭୨, ମାଲକାନଗିରି ୬୪, ବାଲେଶ୍ବର ୬୩, କନ୍ଧମାଳ ୬୨, ପୁରୀ ୫୯, କୋରାପୁଟ ୪୧, ମୟୂରଭଞ୍ଜ ୩୯, ଭଦ୍ରକ ୩୮, ଗଜପତି ୩୨, ବଲାଙ୍ଗୀର ୨୬, ରାୟଗଡ଼ା ୨୦, ଜଗତସିଂହପୁର ୧୮, ଝାରସୁଗୁଡ଼ା ୧୭, ଯାଜପୁର, କେନ୍ଦୁଝର ଓ କେନ୍ଦ୍ରାପଡ଼ା ୧୬ ଲେଖାଏଁ, ବୌଦ୍ଧ ୧୫, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରୁ ୬ଜଣ ଲେଖାଏଁ, ବରଗଡ଼ ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୁଳ ୪ ଓ ନୟାଗଡ଼ରୁ ୨ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୨୨୭୭ରେ ପହଞ୍ଚିଛି। ରାଜ୍ୟରେ ଏବେ ୧୭୩୭୭ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର