ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଣ୍ଟାରେ ୧୦,୪୧୩ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ

ଭୁବନେଶ୍ବର: ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୮୭ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୨୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୮ ଚିହ୍ନଟ ହୋଇଛନ୍ତି ।

WebMD

ସେହିଭଳି ପୁରୀରୁ ୫୩୩, ବରଗଡ଼ରୁ ୫୧୧, ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ ସଂଖ୍ୟା ୨ ହଜାର ୫୪ ରହିଛି । ଗତ ୨୪ଘଣ୍ଟାରେ ୪୭ ହଜାର ୪୬୨ ନମୁନା ପରୀକ୍ଷା ହୋଇଛି ।

ସମ୍ବନ୍ଧିତ ଖବର