ରାଜ୍ୟରେ କରୋନା ସ୍ଥିତି ଉଦବେଗଜନକ ନୁହେଁ, କେବଳ ଭୁବନେଶ୍ବରର ସ୍ଥିତି ଚିନ୍ତାଜନକ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ସଂକ୍ରମଣ କମୁଛି, ବଢୁଛି। କିନ୍ତୁ ସ୍ଥିତି ଉଦବେଗଜନକ ନୁହେଁ କି ପଜିଟିଭ୍ ରେଟ୍ ଉଦବେଗଜନକ ନୁହେଁ। କିନ୍ତୁ ଭୁବନେଶ୍ବର ପାଇଁ କେବଳ ଚିନ୍ତା। ଜଣେ ସଂକ୍ରମିତ ହେଲେ ଅନ୍ୟକୁ ସଂକ୍ରମିତ କରିବା ପାଇଁ ୭ ଦିନ ଲାଗୁଛି। ତିନି ମାସ ହେଲା ସଂକ୍ରମଣ ତଳ ଉପର ହେଉଛି। ଖୋର୍ଦ୍ଧା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ଜିଲ୍ଲା ଗ୍ରିନ ଜୋନରେ ଅଛି। କେବଳ ଖୋର୍ଦ୍ଧା ରେଡ୍ ଜୋନରେ ଥିଲା। ଆଜି ୟେଲୋ ଜୋନରେ ଅଛି। ମେଡିକାଲ ଆଡମିସନ କମ୍ ଅଛି। ଆମେ ତ ସର୍ଭିଲାନ୍ସ କରୁଛି। ଲୋକେ କଟକଣା ମାନନ୍ତୁ ଆଉ ଏବେ ପର୍ଯ୍ୟନ୍ତ ଟିକା ନ ନେଇଥିଲେ ନେଇ ଯାଆନ୍ତୁ। ସବୁବେଳେ ଜଗି ହେବନି। ଏଣୁ ଲୋକେ ନିଜେ ସଚେତନ ହେବା ଦରକାର ଓ ଗାଇଲାଇନ ମାନିବା ଦରକାର।
ଏଣେ କୋଭିଡ କଟକଣା ଭିତରେ ମଣ୍ଡପରେ ମହାନବମୀ ପୂଜା ଚାଲିଛି। ପୂଜା ମଣ୍ଡପରେ କିଭଳି ପାଳନ ହେଉଛି ନିୟମ ତାର ତଦାରଖ କରୁଛନ୍ତି ବିଏମସି ଅଧିକାରୀ। ଏନଫୋର୍ସମେଣ୍ଟ ଅଧିକାରୀ ସହରର ବିଭିନ୍ନ ପୂଜାମଣ୍ଡପରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାର ନିୟମ ମାନିବାକୁ କହୁଛନ୍ତି ବିଏମସି ଅଧିକାରୀ।

ସମ୍ବନ୍ଧିତ ଖବର