ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ। ଯେଉଁଥିରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହିତ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କୁ ବି ଟିକା ଦିଆଯିବ । ଆଜି ଏନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରି ସୂଚନା ଦେବା ସହିତ ଆଜି ସନ୍ଧ୍ୟାରୁ ଏଥିପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି କହିଥିଲେ। ହେଲେ ସ୍ଲୁଟ୍ ବୁକିଂ ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ଶେଷ ହୋଇଯାଇଛି।
କୋ-ୱିନ୍ ଆପର ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ମେ ୭ ତାରିଖ ଯାଏଁ ସମସ୍ତ ସ୍ଲଟ୍ ବୁକିଂ ହୋଇଯାଇଛି। ଯାହାପରେ ଟିକା ନେବା ପାଇଁ ଆଶାୟୀ ଥିବା ଅନେକ ଲୋକଙ୍କୁ ନିରାଶ ହେବାକୁ ପଡିଛି । ତେବେ ଟିକାକରଣକୁ ନେଇ ଲୋକଙ୍କ ଆଗ୍ରହ ହିଁ , ଖୁବ କମ ସମୟରେ ସମସ୍ତ ସ୍ଲଟ୍ ବୁକ୍ ହେବା ପଛର କାରଣ ବୋଲି କୁହାଯାଉଛି। ଲୋକମାନେ ଟିକା ନେବାକୁ ବେଶ ଆଗ୍ରହୀ ଅଛନ୍ତି, ଯେଉଁ କାରଣରୁ ଖୁବ କମ୍ ସମୟରେ ସ୍ଲଟ୍ ବୁକ୍ ହୋଇଥିବା କୁହାଯାଉଛି।
ଆଜି କୋଭିଡ୍ ସମ୍ବନ୍ଧୀୟ ସୂଚନା ଦେଇ ବିଏମସି କମିସନର କହିଥିଲେ, ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ସାବାଳକ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ଦିଆଯିବ। ଲୋକମାନେ ରେଜିଷ୍ଟ୍ରେସନ୍ କରିବା ସହିତ ନିଜର ସ୍ଲୁଟ୍ ବୁକ୍ କରିବା ପରେ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ହେଲେ ସ୍ଲଟ୍ ବୁକିଂ ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ବୁକ୍ ହୋଇଯାଇଛି।
ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେଉ ହେଉ ମେ’୭ ଯାଏଁ ସବୁ ସ୍ଲଟ୍ ବୁକିଂ ଶେଷ
/sambad/media/post_attachments/wp-content/uploads/2021/05/Co-WIN5.jpg)
/sambad/media/agency_attachments/2024-07-24t043029592z-sambad-original.webp)