ବ୍ରହ୍ମପୁର: ସୁରତରେ ପ୍ରତିଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସହରରେ ରାତ୍ର ୯ଟା ଠାରୁ ସକାଳ ୬ଟା ଯାଏଁ ରାତ୍ର କର୍ଫ୍ୟୁ ବଳବତ୍ତର ଥିବାବେଳେ କରୋନାକୁ ନିୟନ୍ତ୍ରଣ ପାଇଁ କମିସନରରେଟ ପୁଲିସ ପକ୍ଷରୁ ୩୦ମାର୍ଚ ଠାରୁ ୧୩ ଏପ୍ରିଲ ଯାଏଁ ୧୪୪ ଧାରା ଜାରି କରାଯାଇଛି । ଏହା ଦ୍ବାରା ୪ ଜଣରୁ ଅଧିକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସାମାଜିକ କାର୍ଯ୍ୟକ୍ରମ ଉପରେ ବି ପ୍ରତିବନ୍ଧକ ଲଗାଯାଇଥିବା ବେଳେ ସରକାରୀ, ଅର୍ଦ୍ଧ ସରକାରୀ ସେବା, ଅନ୍ତିମ ସଂସ୍କାର ଏବଂ ବାହାଘର କ୍ଷେତ୍ରରେ ଏହା ଲାଗୁ ହେବନାହିଁ।

Advertisment

publive-image

ସୋମବାରର କରୋନା ସ୍ଥିତିକୁ ଦେଖିଲେ ସୁରତ ସହରରେ ୬୦୩ ପଜିଟିଭ ଏବଂ ଗ୍ରାମଞ୍ଚଳର ୭୪ ମିସି ମୋଟ ସୁରତ ଜିଲ୍ଲାରେ ଆଜି ୬୭୭ ଜଣ କରୋନା ପଜିତିଭ ଚିହ୍ନଟ ହୋଇଛନ୍ତି। ସୁରତ ସିଟିରେ ୩ ଏବଂ ଗ୍ରାମାଞ୍ଚଳରେ ଜଣଙ୍କ ମୃତ୍ୟୁ ଘଟିଛି ।

publive-imageସୁରତ ସ୍ଥିତି ଯେତିକି ଜଟିଳ ଆଡ଼କୁ ଗତି କରୁଛି, ଓଡ଼ିଶା ପ୍ରତି ବିଶେଷ କରି ଗଞ୍ଜାମ ଜିଲ୍ଲା ବିପଦ ବଢ଼ିବାରେ ଲାଗିଛି। ଗଞ୍ଜାମକୁ ସୁରତ ଓ ମୁମ୍ବାଇରୁ ପ୍ରବାସୀ ଫେରୁଥିବା ବେଳେ ଜିଲ୍ଲା ପ୍ରତି ଅଧିକ ବିପଦ ବଢୁଛି। ଗଞ୍ଜାମରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୭ ରହିଛି ।