ଭଞ୍ଜନଗର: କରୋନା ମହାମାରୀର ଭୟାବହ ବର୍ତ୍ତମାନ ଏମିତି ହୋଇଛି ଯେ କୋଭିଡ କିମ୍ବା କୋଭିଡ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିବା ପରେ ନିଜ ଆତ୍ମୀୟସ୍ବଜନ ମଧ୍ୟ ଶବ ନେବାକୁ ମନା କରିଦେଉଛନ୍ତି। ଆଉ କିଛି ସ୍ଥାନରେ ସଂକ୍ରମଣ ଭୟରେ ମୃତ୍ୟୁ ପରେ ଶବକୁ ଚାରି କାନ୍ଧ ମଧ୍ୟ ମିଳୁନାହିଁ। ଫଳରେ ଶବ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଦୃଶ୍ୟ ।
ଗ୍ରାମର ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ଚାରିକାନ୍ଧ ମିଳିନଥିବା ବେଳେ ସାହି ପଡ଼ିଶା ମଧ୍ୟ କେହି ଶବକୁ ନ ଛୁଇଁନଥିଲେ। ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡି ରହିବା ପରେ ଖବର ପାଇ ସ୍ଥାନୀୟ ମୁଜାଗଡ଼ ଯୁବ ସରପଞ୍ଚ ଶିବଶଙ୍କର ପ୍ରଧାନ ଓ ତାଙ୍କ ସହଯୋଗୀମାନେ ମିଶି ପିପିଇ କିଟ ପିନ୍ଧି ଗ୍ରାମର ଶେଷ ଭାଗରେ ଥିବା ଶ୍ମଶାନରେ ଶବ ସତ୍କାର କରିଥିଲେ।
ସୂଚନା ମୁତାବକ ମୁଜାଗଡ଼ ଗ୍ରାମର ଶଶୀ ପ୍ରଧାନ ଏକୁଟିଆ ଘରେ ରହୁଥିଲେ। ତିନିଦିନ ପୂର୍ବରୁ ତାଙ୍କୁ ଜ୍ୱର ହେବାରୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ଭର୍ତି କରାଯାଇଥିଲା। ହେଲେ ରବିବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବାରୁ କର୍ମଚାରୀମାନେ ମହାପ୍ରୟାଣ ଗାଡ଼ି ଯୋଗେ ଶବକୁ ଆଣି ଘରେ ରଖି ଚାଲି ଯାଇଥିଲେ।କରୋନା ଭୟରେ ଶବଦାହ କରିବାକୁ ସାହି ପଡୋଶୀ କେହି ଆସିନଥିଲେ। ଶେଷରେ ସରପଞ୍ଚ ଖବର ପାଇବାପରେ ତାଙ୍କ ସହଯୋଗୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଭୟଦୂର କରିବାପାଇଁ ପିପିଇ କିଟ ପିନ୍ଧି ଶବକୁ ଘରୁ ବାହାର କରି ଶ୍ମଶାନ ନେଇ ଯାଇଥିଲେ। ସେଠାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏ ନେଇ ସରପଞ୍ଚ ଶିବଶଙ୍କର ପ୍ରଧାନ କହିଛନ୍ତି ସାଧାରଣ ରୋଗରେ ମୃତ୍ୟୁ ବରଣ କଲେ ମଧ୍ୟ କୋରନା ଭୟରେ ଲୋକ ଶବର ପାଖ ମାଡୁନଥିବା ବେଳେ ଲୋକଙ୍କ ମନରୁ ଭୟ ଦୂର କରିବା ପାଇଁ ସେ ଖବର ପାଇ ତାଙ୍କ ଦୁଇ ଜଣ ସହଯୋଗୀଙ୍କୁ ନେଇ ଶବ ସତ୍କାର କରିଥିଲେ। କରୋନା ସନ୍ଦେହରେ ସାହି ପଡ଼ିଶା ଶବ ପାଖକୁ ନ ଯାଇଥିବା ବେଳେ ଖୋଦ ଯୁବ ସରପଞ୍ଚ ଯେଉଁ ଭଳି ଭାବେ ମାନବିକତାର ପରିଚୟ ଦେଇଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ। ଯୁବ ସରପଞ୍ଚଙ୍କ ଏହି ଭଳି ମଣିଷ ପଣିଆ ଦେଖି ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତI
କରୋନାରେ ମୃତ୍ୟୁ ପରେ ବୃଦ୍ଧାଙ୍କୁ ମିଳିଲାନି ଚାରିକାନ୍ଧ; ସରପଞ୍ଚ କଲେ ଶେଷକୃତ୍ୟ
/sambad/media/post_attachments/wp-content/uploads/2021/05/Nobody-Came-For-Old-Mans-Last-Rides_Thumbnail.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)