ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩, ୯୪୦ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୩, ୯୪୦ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୭,୧୨୩ଟି ଆରଟିପିସିଆର ଏବଂ ୩୬,୭୦୦ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୧୭ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଗଞ୍ଜାମରୁ ସର୍ବାଧିକ ୫ହଜାର ୯୯୬ ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବ ଦିନ ରାଜ୍ୟରେ ୪୯,୩୯୩ କରୋନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୮,୭୨୮ଟି ଆରଟିପିସିଆର ଏବଂ ୪୦,୫୧୪ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୫୧ଟି କରୋନା ନମୁନା ପରୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୪ହଜାର ୭୭୧ କରୋନା ନମୁନା ପରୀକ୍ଷା କରାଯାଇଛି। । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର