ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮ ହଜାର ୯୦ଟି କରୋନା ନମୁନା ପରୀକ୍ଷା ହୋଇଛି। ତେବେ ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଆରଟିପିସିଆରରେ ୭,୨୮୮ଟି, ଆଣ୍ଟିଜେନରେ ୬୦,୬୮୬ଟି ଏବଂ ଟ୍ରୁନଟ ପଦ୍ଧତିରେ ୧୧୬ଟି କରୋନା ପରୀକ୍ଷା କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସର୍ବାଧିକ ୧୦,୭୧୯ଟି କରୋନା ନମୁନା ପରୀକ୍ଷା ହୋଇଛି। ତା’ତଳକୁ ମୟୁରଭଞ୍ଜ ଜିଲ୍ଲାରେ ୮୭୪୪ଟି , କେନ୍ଦ୍ରାପଡ଼ା ଜିଲ୍ଲାରେ ୮୦୦୩ଟି, କେନ୍ଦୁଝର ଜିଲ୍ଲାରେ ୬୬୩୨ଟି, ଯାଜପୁର ଜିଲ୍ଲାରେ ୧୩୮୪ଟି, ଝାରସୁଗୁଡ଼ା ଜିଲ୍ଲାରେ ୧୬୪୪ଟି ଓ ଜଗତସିଂହପୁର ଜିଲ୍ଲାରେ ୨୧୨ଟି କରୋନା ନମୁନା ପରୀକ୍ଷା ହୋଇଥିବାର ଜଣାଯାଇଛି। ଆଜି ସୁଦ୍ଧା ୧୪ ଲକ୍ଷରୁ ଅଧିକ କରୋନା ନମୁନା ପରୀକ୍ଷା ହୋଇ ସରିଥିବା କୁହାଯାଉଛି।
ଏଣେ ଗଞ୍ଜାମ ଜିଲ୍ଲାରେ କରୋନା ନମୁନା ପରୀକ୍ଷା ୨ ଲକ୍ଷ ଟପିଥିବା ନେଇ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏଥିପାଇଁ ସେ ଲାବୋରାଟୋରି ଟେକନିସିଆନ୍ ଟିମକୁ ଧନ୍ୟବାଦ ଦେଇଛନ୍ତି| ଏହାଛଡ଼ା ସେ ବିଡିଓ ଟିମର ବି ପ୍ରଶଂସା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/covid-19-test-financial-express.jpg)