ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭,୬୩୪ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ପୁଣି ୫୦ ହଜାରରୁ କମ୍ ହେଲା  ରାଜ୍ୟରେ  କୋଭିଡ୍‌ ନମୁନା ପରୀକ୍ଷା । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭,୬୩୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ୬,୬୪୮ଟି ଆରଟିପିସିଆର ଏବଂ ୪୦,୯୪୫ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୪୧ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ପୂର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ରାଜ୍ୟରେ ୪୯,୦୪୯ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିଲା। ଏଥିମଧ୍ୟରୁ ୭,୦୪୬ଟି ଆରଟିପିସିଆର ଏବଂ ୪୧,୯୩୬ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୬୭ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର