ଗତ ୨୪ ଘଣ୍ଟାରେ ମୋଟ୍ ୪୮ ହଜାର ୫୦୪ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ ହୋଇଛି। ହେଲେ ଗତ ୨୪ ଘଣ୍ଟାରେ ମୋଟ୍ ୪୮ ହଜାର ୫୦୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୧,୧୬୪, ଆରଟିପିସିଆରରେ ୭,୨୦୨ ଓ ଟ୍ରୁନଟ୍‌ରେ ୧୩୮ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବ ଦିନ ମୋଟ୍ ୫୦ ହଜାର ୯୭୯ଟି କରୋନା ନମୁନା ପରୀକ୍ଷା ହୋଇଥିବା ଜଣାଯାଇଥିଲା। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୪୩,୨୧୩, ଆରଟିପିସିଆରରେ ୭,୬୦୭ ଓ ଟ୍ରୁନଟ୍‌ରେ ୧୬୦ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।
ଚିନ୍ତାର ବିଷୟ ହେଲା, ଗୋଟିଏ ଦିନରେ ରାଜ୍ୟର ୧୪ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ କେବଳ ଖୋର୍ଧା କି କଟକ ନୁହେଁ; ରାଜ୍ୟର ଏକାଧିକ ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର