୨୫ରୁ ୨୭ ପର୍ଯ୍ୟନ୍ତ ୩ ଜିଲ୍ଲାରେ ବନ୍ଦ ରହିବ କୋଭିଡ ପରୀକ୍ଷା

ଭୁବନେଶ୍ବର : ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ବାତ୍ୟା ‘ୟାସ୍‌’ର ପ୍ରଭାବ ବେଶି ଅନୁଭୂତ ହେବାକୁ ଥିବାରୁ ଏହି ୩ଟି ଜିଲ୍ଲାରେ ଘରକୁ ଘର ବୁଲି କରୋନା ଯାଞ୍ଚ ଅଭିଯାନ ସାମୟିକ ଭାବେ ବନ୍ଦ ରହିବ। ଏ ନେଇ ଆଜି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖି ଜଣାଇଛନ୍ତି।

ଚିଠିରେ ଅତିରିକ୍ତ ମୁଖ୍ୟ ଶବ ଦର୍ଶାଇଛନ୍ତି ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ କରୋନା ଯାଞ୍ଚ ବନ୍ଦ ରଖାଯିବ। ଏହାସହିତ ବାତ୍ୟାର ପ୍ରକୋପକୁ ଦେଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳମାନେ କରୋନା ଯାଞ୍ଚ ସ୍ଥଗିତ ନେଇ ନିଷ୍ପତ୍ତି ନେଇପାରିବେ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ମାସ ୨୪ ତାରିଖଠାରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ବାରା ଘରକୁ ଘର କରୋନା ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଯାଞ୍ଚ ଅଭିଯାନ ଆସନ୍ତା ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର