କଟକ : କରୋନା ଯୁଦ୍ଧରେ ଡାକ୍ତରମାନେ ସମ୍ମୁଖ ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି। ଏଭଳି କ୍ଷେତ୍ରରେ ସାରାରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ କୋଭିଡ୍ ଟିକା ଦିଆଯାଉ। ତୁରନ୍ତ ରାଜ୍ୟ ସ୍ବାସ୍ଥ୍ୟବିଭାଗ ସମସ୍ତ ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ ସ୍ବତନ୍ତ୍ର ଟିକାକରଣ ଯୋଜନାରେ ଟିକା ଯୋଗାଇଦେବାକୁ ଭାରତୀୟ ଚିକିତ୍ସିକ ସଂଘ(ଆଇଏମ୍ଏ)ର ରାଜ୍ୟ ଶାଖା ପକ୍ଷରୁ ସଭାପତି ପ୍ରଫେସର ଡାକ୍ତର ନିବେଦିତା ପାଣି, ସଂପାଦକ ଡାକ୍ତର ବ୍ରଜ ଦାସ, ରାଜ୍ୟ ଫାଇନାନ୍ସ ସେକ୍ରେଟାରି ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏସ୍ସିବି ପିଜି ଛାତ୍ର ସଂଘ ପକ୍ଷରୁ ସଭାପତି ଡାକ୍ତର ରାମଚନ୍ଦ୍ର ସାହୁ, ଏସ୍ସିବି ହାଉସ୍ସର୍ଜନ ସଂଘ ସଭାପତି ଡାକ୍ତର ଦୀପକ କୁମାର ସାମଲ ମଧ୍ୟ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟସଚିବଙ୍କୁ ଚିଠି ଲେଖିଛନ୍ତି।
ଡାକ୍ତରଙ୍କ ପରିବାରକୁ କୋଭିଡ୍ ଟିକା ଦିଆଯାଉ: ଆଇଏମ୍ଏ
/sambad/media/post_attachments/wp-content/uploads/2021/04/vaccine-covid.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)