୧୨ରୁ ୧୪ ବର୍ଷ ବାଳକବାଳିକାଙ୍କୁ କୋଭିଡ୍ ପ୍ରତିଷେଧକ ଟିକାର ଶୁଭାରମ୍ଭ

ପ୍ରଥମ ଦିନରେ ୨ଟି କେନ୍ଦ୍ରରେ ଟିକା ନେଲେ ୧୭୯ ବାଳକବାଳିକା

ଖୋର୍ଦ୍ଧା: ଶୁକ୍ରବାର କେନ୍ଦ୍ର ସରକାରଙ୍କ ସାମୂହିକ କୋଭିଡ୍ ପ୍ରତିଷେଧକ ଟୀକାକରଣ ଅଭିଯାନରେ ୧୨ରୁ ୧୪ ବର୍ଷ ବାଳକବାଳିକାଙ୍କ ଟୀକାକରଣ କାର୍ଯ୍ୟକ୍ରମ ଖୋର୍ଦ୍ଧରେ ଆରମ୍ଭ ହୋଇଛି ।

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତ୍ତବନ୍ଧୁ ନାୟକ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚ୍ଓ (ପରିବାର କଲ୍ୟାଣ) ଡା ଆର୍ ଏନ୍ ନାୟକ, ଡିପିଏମ୍ ପ୍ରକାଶ ବାନାର୍ଜୀ, ଡିପିଏଚ୍ସିଓ ପି କେ ମହାପାତ୍ର, ଡିଏମ୍ଆର୍ସିଏଚ୍ ମୀନାକ୍ଷୀ ବରାଳ, ଡିଭିଏଲ୍ଏମ୍ ଯଶୋଦା ରାଣୀ ବେହେରା, ଡିଆଇସିଏ ଦେବସ୍ମିତା ସାହୁଙ୍କ ସମେତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

ପ୍ରଥମ ଦିନରେ ଖୋର୍ଦ୍ଧା ଜିଲ୍ଳାରେ (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ଦୁଇଟି କେନ୍ଦ୍ର- ଖୋର୍ଦ୍ଧା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବାଳକାଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଟୀକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧାରେ ୯୯ଜଣ ବାଳିକା ଟିକା ନେଇଥିବା ବେଳେ ବାଳକାଟିରେ ୮୦ଜଣ ଛାତ୍ରଛାତ୍ରୀ ଟିକା ନେଇଥିଲେ । ସିଡିଏମ୍ଓ ଡା ନାୟକ କହିଛନ୍ତି ଯେ ଜିଲ୍ଲାର ଗ୍ରାମାଂଚଳରେ ମୋଟ ୩୮ହଜାର ୯୬୪ଜଣ ୧୨ରୁ ୧୪ ବର୍ଷ ମଧ୍ୟରେ ବାଳକବାଳିକା ରହିଛନ୍ତି । ସମସ୍ତଙ୍କୁ ଟୀକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର