ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ନାରିଙ୍ଗିଘାଟିରେ ଓଲଟିଲା କୋଭିଡ୍ ଭ୍ୟାନ୍। ଫଳରେ କୋଭିଡ୍ ଭ୍ୟାନ୍ର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ଚିକିତ୍ସାଲାଗି ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ ଗଜପତି ଜିଲ୍ଲା ମୋହନା ଥାନା ନାରିଙ୍ଗିଘାଟିରେ କୋଭିଡ୍ ଭ୍ୟାନ୍ ଓଲଟି ପଡିବାରୁ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। କୋଭିଡ୍ ଭ୍ୟାନ୍ଟି ଚାନ୍ଦିପୁଟର ୨ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ପାରଳାଖେମୁଣ୍ଡି କୋଭିଡ୍ ହସ୍ପିଟାଲରେ ଛାଡି ମୋହନା ଫେରୁଥିବା ବେଳେ ଗତକାଲି ବିଳିମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/accident90-news-first-3.jpg)